Cricket

୪୨ ହଜାରରୁ ୬୦ ହଜାରକୁ ବୃଦ୍ଧି କରାଯିବ ସିଟ

ଟିମ୍ ଇଣ୍ଡିଆର ଦମଦାର ବିଜୟ ପରେ ମୁଖ୍ୟମନ୍ତ୍ରୀ କହିଥିଲେ , ଆଜିର ମ୍ୟାଚ୍ ବହୁତ ଉତ୍କଣ୍ଠା ଭରା ଥିଲା । ହଜାର ହଜାର ଦର୍ଶକ ଏହାକୁ ଦେଖି ଆନନ୍ଦିତ ହୋଇଛନ୍ତି । ଭାରତୀୟ ଟିମ୍ ଚମତ୍କାର ପ୍ରଦର୍ଶନ କରିଛି । ଏଥର ବାରବାଟୀରେ ମ୍ୟାଚ୍ ପରିଚାଳନା ଉନ୍ନତ ମାନର ଥିଲା । ଏଥିପାଇଁ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା, ଓଡ଼ିଶା କ୍ରିକେଟ୍ ଆସୋସିଏସନ୍, ସହଯୋଗ କରୁଥିବା ପ୍ରଶାସନିକ ଟିମ୍, ପୂରା ପୋଲିସ ପ୍ରଶାସନ ଓ ଏଥିରେ ସାମିଲ ଅନ୍ୟ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ ।

No photo description available.

ଆଉ ଏହା ମଧ୍ୟ କହିଥିଲେ ଆଗକୁ ଷ୍ଟାଡିୟମରେ ଆହୁରି ମ୍ୟାଚ୍ ହେବ । ବାରବାଟୀ ଷ୍ଟାଡିୟମର ପୁନରୁଦ୍ଧାର ହେବା ସହିତ ସିଟ ସଂଖ୍ୟା ବଢିବ । ଏବେ ୪୨ ହଜାର ଦର୍ଶକ ବସିବାର କ୍ଷମତା ଥିବାବେଳେ ସେଥିରେ ଆଉ ୧୮ ହଜାର ସିଟ ବଢାଯାଇ ପ୍ରାୟ ୬୦ ହଜାର ଦର୍ଶକ ବସିବାର କ୍ଷମତା ରହିବା ଭଳି କରାଯିବ । ନୂଆ ସରକାର କ୍ଷମତାକୁ ଆସିବା ପରେ ବାରବାଟୀରେ ଦୁଇଟି ମ୍ୟାଚ ଆୟୋଜନ କରିଛି ଏବଂ ସଫଳତାର ସହ ମ୍ୟାଚ ସମ୍ପନ୍ନ ହୋଇଛି । ଏହାକୁ ସାରା ବିଶ୍ୱର ଲୋକ ଦେଖିଲେ । ଆଗକୁ ଷ୍ଟାଡିୟମକୁ ଆହୁରି କିପରି ପ୍ରଶଂସା ମିଳିବ ସରକାର ତାହା ଉପରେ ପଦକ୍ଷେପ ନେବେ । ଆଗାମୀ ଦିନରେ ବାରବାଟୀ ଷ୍ଟାଡିୟମର ସମ୍ପ୍ରସାରଣ ପାଇଁ ସରକାର ଯୋଜନା କରିଛନ୍ତି ଏବଂ ଖୁବଶିଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Barabati Fort - hikes and trails to get you there | AllTrails

 

Related posts

ଅସୁସ୍ଥ ହେଲେ କ୍ରିକେଟ କିମ୍ବଦନ୍ତି ବ୍ୟାଟସ୍ ମ୍ୟାନ ରିକି ପଣ୍ଟିଂ

Odisha Sports Bureau

ପାକିସ୍ତାନ ଟିମକୁ ମିଳିଛି ଭିସା, ଆସନ୍ତା କାଲି ପହଞ୍ଚିବେ ବାବର ବାହିନୀ

Odisha Sports Bureau

ବିଶ୍ୱକପର ଶ୍ରେଷ୍ଠ PLAYING XI

Odisha Sports Bureau