Cricket

ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟିଭେନ ଫିନ୍‌ ସୋମବାର ପେସାଦାର କ୍ରିକେଟ୍‌ରୁ ଅବସର ନେଇଛନ୍ତି

ଲଣ୍ଡନ: ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟିଭେନ ଫିନ୍‌ ସୋମବାର ପେସାଦାର କ୍ରିକେଟ୍‌ରୁ ଅବସର ନେଇଛନ୍ତି। ଆଣ୍ଠୁ ଜନିତ ଆହତ ସମସ୍ୟା ଲାଗି ଫିନ୍‌ ପ୍ରାୟ ବର୍ଷେ ହେବ ରେଡ୍‌ ବଲ୍‌ କ୍ରିକେଟ୍‌ଠୁ ଦୂରେଇ ରହିଥିଲେ। ‘‘ଆଜି ମୁଁ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ନେଉଛି। ବର୍ଷେ ହେବ ବିଭିନ୍ନ ଆହତ ସମସ୍ୟା ସହ ସଂଘର୍ଷ କରି ଆସୁଥିଲି। ଶେଷରେ ହାର୍‌ ମାନିବାରୁ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି’’ ବୋଲି ଫିନ୍‌ ଅବସର ଘୋଷଣା ବେଳେ କହିଛନ୍ତି। ୨୦୦୫‌ରେ ମିଡଲସେକ୍ସ ପକ୍ଷରୁ ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିଲେ। ୨୦୧୦ରେ ବାଂଲାଦେଶ ବିପକ୍ଷରେ ଟେଷ୍ଟ୍ ଓ ଦିନିକିଆ ପଦାର୍ପଣ କରିଥିଲେ। ୩୬ ଟେଷ୍ଟ୍ ଖେଳି ୧୨୫ ୱିକେଟ୍‌ ନେଇଥିଲାବେଳେ ୩ ଥର ଆସେସ୍‌ ବିଜେତା ଦଳର ସଦସ୍ୟ ହେବାର ଗୌରବ ପାଇଥିଲେ।

Related posts

ଅଷ୍ଟ୍ରେଲିଆ ସହିତ ଭାରତର ପ୍ରଥମ ମ୍ୟାଚ

ସିରିଜ କବଜା କଲା ଭାରତ

Odisha Sports Bureau

ପ୍ରଥମ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ପ୍ରଥମ ଇନିଂସ ଓ ୧୪୧ ରନରେ ହରାଇଲା ଭାରତ

Odisha Sports Bureau