Cricket

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: ଖେଳାଳିଙ୍କ ପାଇଁ ନୂଆ ଡ୍ରେସିଂ ରୁମ୍

ଭୁବନେଶ୍ୱର: ଆସନ୍ତା ଜୁନ୍ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଖେଳାଯିବାକୁ ଯାଉଛି । ଏଥିପାଇଁ ଓସିଏ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଖେଳାଳିଙ୍କୁ ଏକ ନୂଆ ଓ ଅଭିନବ ବାରବାଟୀର ଦର୍ଶନ କରାଇବାକୁ ଉଦ୍ୟମ ଜାରି ରହିଛି । ପୁରୁଣା ଡ୍ରେସିଂ ରୁମର ପୁନରୁଦ୍ଧାର କରାଯାଇ ଅତ୍ୟାଧୁନିକ ରୂପ ଦିଆଯାଇଥିବା ବେଳେ ଏଥର ଖେଳାଳିଙ୍କ ପାଇଁ ନୂଆ ଡ୍ରେସିଂ ରୁମ୍ କରାଯାଇଛି ।

ଡ୍ରେସିଂରୁମରେ ଖେଳାଳିଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ରହିବ । ପ୍ରାୟ ୨୦ ବର୍ଷ ପରେ ଡ୍ରେସିଂରୁମରେ ଚିତ୍ର ସଂପୂର୍ଣ୍ଣ ବଦଳାଯାଇଛି । ଏକ କୋଟି ଟଙ୍କା ଖର୍ଚ୍ଚ କରି ଷ୍ଟାଡିୟମର ଦୁଇ ପାର୍ଶ୍ୱରେ ଡ୍ରେସିଂରୁମ୍ ନିର୍ମାଣ କରାଯାଉଛି । ଡ୍ରେସିଂରୁମର ସିଟ୍ ସଂଖ୍ୟାକୁ ବଢାଇ ୨୫ ଦିଆଯାଇଛି । ସବୁ ଚେୟାର ଗୁଡ଼ିକରେ ହାଇଡ୍ରୋଲିକ୍ ବ୍ୟବସ୍ଥା ରହିଛି । ପ୍ରଥମ ଥର ପାଇଁ ଡ୍ରେସିଂରୁମରେ ଡାଇନିଂ ବ୍ୟବସ୍ଥା କରାଯାଉଛି । ଏଠାରେ ଡିଜିଟାଲ ଲକର ବ୍ୟବସ୍ଥା କରାଯାଉଛି । ଅତ୍ୟାଧୁନିକ ଟଏଲେଟ୍ ସୁବିଧା ମଧ୍ୟ ରହିବ ।

Related posts

ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ଦକ୍ଷିଣ ଆଫ୍ରିକା ପାଇଁ କର ବା ମର ସ୍ଥିତି

Odisha Sports Bureau

୧୫ ବର୍ଷ ପରେ ବିଜୟ ହଜାରେ ଟ୍ରଫିକୁ ଫେରିବେ ବିରାଟ କୋହଲି

Odisha Sports Bureau

ମ୍ୟାଚ ରଦ୍ଦ ପରେ ରାଗିଗଲେ ସିଇଓ

Odisha Sports Bureau