Cricket

ମନମୋହନ ସିଂଙ୍କ ବିୟୋଗରେ ଶୋକ ପ୍ରକାଶ କରିଛି ଟିମ ଇଣ୍ଡିଆ

ନୂଆଦୀଲ୍ଲୀ: ଆଉ ନାହାନ୍ତି ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ତାଙ୍କର ବିୟୋଗରେ ସାରା ଦେଶ ଆଜି ନିରବ । ରାଜନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ମଣିଷ ଟିଏ ବି ଆଜି ତାଙ୍କ ପାଇଁ ଜଣାଉଛନ୍ତି ଶ୍ରର୍ଦ୍ଧାଞ୍ଜଳି । ଲହାରି ଭିତରେ ଶୋକ ପ୍ରକାଶ କରିଛି ଟିମ ଇଣ୍ଡିଆ । କଳା ରଙ୍ଗର ଆର୍ମ ବ୍ୟାଣ୍ଡ ପିନ୍ଧି ତାଙ୍କୁ ସମ୍ମାନ ଜଣାଇଛନ୍ତି ଟିମ ଇଣ୍ଡିଆ ଖେଳାଳି । ଭାରତ ଓ ଅଷ୍ଠ୍ରେଲିଆ ମଧ୍ୟରେ ଏବେ ବକ୍ସିଂ ଡେ ଟେଷ୍ଟ ଚାଲିଛି । ଆଜି ସକାଳୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ ଟିମ ଇଣ୍ଡିଆର ସମସ୍ତ ଖେଳାଳି ହାତରେ କଳା ପଟି ପିନ୍ଧି ଖେଳୁଛନ୍ତି।

ସୂଚନା ଅନୂଯାୟୀ, ଗତକାଲି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କର ପରଲୋକ ଘଟିଛି । ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଗତକାଲି ରାତି ୯ଟା ୫୧ରେ ଦେହାନ୍ତ ହୋଇଯାଇଛି । ୯୨ ବର୍ଷ ବୟସ୍କ ମନମୋହନ ଦୀର୍ଘ ଦିନରୁ ସ୍ୱାସ୍ଥ୍ୟ ସମସ୍ୟା ରହିଥିଲା। ଗତକାଲି ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥ ବିଗିଡିବାରୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ପରେ ଘରେ ସେ ଚେତାହରାଇଥିଲେ । ତୁରନ୍ତ ତାଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା । ବିଭିନ୍ନ ବିଭାଗର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ସମସ୍ତ ପ୍ରକାର ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇପାରିନଥିଲେ ଡାକ୍ତର ।

 

Related posts

ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ପ୍ରଶଂସକଙ୍କ ସ୍ମାରକୀ ଫଳକ

Odisha Sports Bureau

ମନରେଗା ଯୋଜନାରେ ବଡ଼ ଠକେଇ, କ୍ରିକେଟର ମହମ୍ମଦ ଶାମିଙ୍କ ଭଉଣୀ ଏବଂ ଭାଇଙ୍କୁ ମିଳୁଛି ମଜୁରୀ

Odisha Sports Bureau

ଶୁଭମନଙ୍କ ଛକାରେ ଖୁସିରେ ଝୁମିଲେ ମୁମ୍ବାଇ ଟିମ