Wrestling

Paris Olympics : ପଦକ ପକ୍କା କଲେ ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ୍

ପ୍ୟାରିସ ଅଲିମ୍ପିକ୍ସରେ ପଦକ ପକ୍କା କଲେ ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ୍। ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ୫୦ କିଗ୍ରା ମହିଳା କୁସ୍ତି ଇଭେଣ୍ଟର ଫାଇନାଲରେ ପହଞ୍ଚି ଇତିହାସ ରଚିଛନ୍ତି ଭିନେଶ ଫୋଗଟ। ସେମିଫାଇନାଲରେ କ୍ୟୁବା ପ୍ରତିଯୋଗୀଙ୍କୁ ଭିନେଶ ୫-୦ ପଏଣ୍ଟରେ ମାତ୍ ଦେଇଛନ୍ତି । ଯଦି ସେ ଫାଇନାଲରେ ବି ହାରୁଛନ୍ତି, ତା’ହେଲେ ଭାରତ ରୌପ୍ୟ ପଦକ ପାଇବ। କିନ୍ତୁ ଭିନେଶ ସ୍ୱର୍ଣ୍ଣ ପଦକ ଜିତିବା ଲକ୍ଷ୍ୟରେ ରହିଛନ୍ତି।

ଭିନେଶ ତାଙ୍କର ପ୍ରଥମ ମ୍ୟାଚ୍ରେ ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ବିଜେତା ଜାପାନର ସୁସାକିଙ୍କୁ ୩-୨ରେ ହରାଇଥିଲେ। ଏହାପରେ କ୍ୱାର୍ଟର ଫାଇନାଲରେ ୟୁକ୍ରେନର ଓକସାନା ଲିଭାଚିଙ୍କୁ ୭-୫ ହରାଇ ସେମିରେ ପ୍ରବେଶ କରିଥିଲେ।

ସେମି ଫାଇନାଲରେ କ୍ୟୁବାର ୟୁସନେୟୁସ ଗଜମାନଙ୍କୁ ୫-୦ରେ ଏକପାଖିଆ ଭାବରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଗଜମାନ ପ୍ରଥମ ୩ ମିନିଟରେ ଆକ୍ରମଣାତ୍ମକ ଖେଳିଥିବା ବେଳେ ଭିନେଶ ଡିଫେଣ୍ଡ କରିଥିଲେ। ତେବେ ଦ୍ୱିତୀୟ ସେଟରେ ଭିନେଶ କାଉଣ୍ଟର ଆଟାକ୍ କରିବା ସହ ୪ ପଏଣ୍ଟ ଅର୍ଜନ କରିଥିଲେ । ଫଳରେ ଚଳିତ ଅଲିମ୍ପିକ୍ସରେ ଭାରତ ଆଉ ଏକ ପଦକ ପକ୍କା କରିଛି।

ସାକ୍ଷୀ ମଲିକଙ୍କ ପରେ ଭିନେଶ ଦ୍ୱିତୀୟ ଭାରତୀୟ ମହିଳା ରେସଲରେ ଦେଶ ପାଇଁ ଅଲିମ୍ପିକ୍ସରେ ପଦକ ଜିତିଛନ୍ତି। ସାକ୍ଷୀ ୨୦୧୮ ରିଓ ଅଲିମ୍ପିକ୍ସରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ହେଲେ ଭିନେଶ ଆଜି ଦେଶ ପାଇଁ ରୌପ୍ୟ ପଦକ ପକ୍କା କରି ନେଇଛନ୍ତି।

Related posts

ପରିସ୍ରା ନମୁନା ନଦେବା ମହଙ୍ଗା ସାବ୍ୟସ୍ତ : ନିଲମ୍ବନ ହେଲେ ବଜରଙ୍ଗ ପୁନିଆ

Odisha Sports Bureau

ବିଶ୍ବ କନିଷ୍ଠ ହ୍ବିଲ୍‌ଚେୟାର ଅସିଚାଳନାରେ ଭାଗନେବେ ପବିତ୍ର

Odisha Sports Bureau

ବ୍ରିଜଭୂଷଣଙ୍କ ପରିବାରର ୧୨ ଜଣଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୁଲିସ୍

Odisha Sports Bureau