Cricket

ଟି-୨୦ର ଦ୍ୱିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜର ବିଜୟ

ବ୍ୟୁରୋ: ଦ୍ବିତୀୟ ଟି-୨୦ ମ୍ୟାଚରେ ଜିତିଲା ୱେଷ୍ଟଇଣ୍ଡିଜ ।ଭାରତକୁ ୨ ୱିକେଟରେ ପରାସ୍ତ କରି ମ୍ୟାଚରେ ବିଜୟ କରିଛି । ଭାରତ ୧୫୨ ରନ ଟାର୍ଗେଟ ଦେଇଥିବା ବେଳେ ୱେଷ୍ଟଇଣ୍ଡିଜ ୮ ୱିକେଟ୍ ହରାଇ ୧୫୫ କରି ମ୍ୟାଚ୍ ହାତେଇଥିଲା । ଏହି ମ୍ୟାଚ ଜିତିବା ସହିତ ୱେଷ୍ଟଇଣ୍ଡିଜ୍ ୫ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୨-୦ରେ ଆଗୁଆ ରହିଛି । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ନିକୋଲସ ପୂରନ ୬୭ ରନ୍ ଖେଳିଥିଲେ ।

ଭାରତ ପ୍ରଥମେ ଟସ ଜିତି ବ୍ୟାଟଂ ଚୟନ କରିଥିଲା ।୨୦ ଓଭରରେ ୧୫୨ ରନ କରିଥିଲା ଭାରତ । ପକ୍ଷରୁ ଅକିଲ ହୁସେନ୍, ଅଲଜାରି ଯୋସେଫ୍, ରୋମାରିଓ ସେଫର୍ଡ ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ନେଇଥିଲେ। ଦୁଇ ଅଭିଜ୍ଞ ବ୍ୟାଟର୍ ନିକୋଲାସ୍ ପୂରନ ଓ ରୋଭମାନ ପାୱେଲ୍ ୫୭ ରନ୍ ଭାଗୀଦାରି ୱେଷ୍ଟଇଣ୍ଡିଜର ସ୍ଥିତକୁ ପୁଣି ଦୃଢ କରିଥିଲା ।

ପୂରନଙ୍କୁ ମୁକେଶ କୁମାର ଏବଂ ପାୱେଲଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ କରିଥିଲେ । ପୂରନ ୪୦ ବଲରୁ ୬୭ ରନ କରି ମ୍ୟାଚ ଓଲଟ ପାଲଟ କରିଦେଇଥିଲେ । ଭାରତ ପକ୍ଷରୁ ପାଣ୍ଡ୍ୟା ୪ ଓଭର ବୋଲିଂ କରି ୩ ଓ୍ଵିକେଟ ନେଇଥିଲେ । ତା’ ପରେ ଚହଲ ଗୋଟିଏ ଓଭରରେ ୩ଟି ଓ୍ଵିକେଟ ନେଇ ଭାରତକୁ ବିଜୟ ପାଇଁ ପ୍ରତ୍ୟାବର୍ତ୍ତନ କରିଥିଲେ । କିନ୍ତୁ ସଫଳ ବୋଲିଂ ସତ୍ତ୍ୱେ ଅକିଲ ହୋସେନ-ଅଲଜାରି ହୋସେନ ୨.୫ ଓଭରରୁ ୨୬ ରନ ଯୋଡ଼ି ଦଳକୁ ବିଜୟୀ କରାଇଥିଲେ। ଆଉ ୮ଟି ବଲ ଥାଇ ୱେଷ୍ଟଇଣ୍ଡିଜ ମ୍ୟାଚ ଜିତି ନେଇଥିଲା ।

ତେବେ ମ୍ୟାଚ ହାରିବା ପରେ ହାର୍ଦ୍ଦିକ ବ୍ୟାଟରଙ୍କୁ ଦୋଷ ଦେଇଥିଲେ । ବ୍ୟାଟର ଭଲ ବ୍ୟାଟିଂ କରୁନଥିବାରୁ ଆମେ କମ ଟାର୍ଗେଟ ଦେଇଥିଲୁ । ତେଣୁ ସେମାନେ ଅଧିକ ଦାୟିତ୍ୱବାନ ହେବା କଥା ।

Related posts

ଓଡିଆଇ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା, ଖେଳିବେନି ଏହି ଖେଳାଳୀ

Odisha Sports Bureau

ଭାରତକୁ ୨୯୯ ରନର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

Odisha Sports Bureau

ଏଜ୍‌ବାଷ୍ଟନ୍‌ରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ ପୂର୍ବରୁ ଭାରତୀୟ ଦଳର ଅଭ୍ୟାସ ଶିବିରରେ ହରପ୍ରୀତ ବ୍ରାର୍‌ଙ୍କୁ ଗେଷ୍ଟ୍‌ ବୋଲର ଭାବେ ସାମିଲ କରାଯାଇଛି