Cricket

ବିଶ୍ୱକପ ଜିତିବା ପରେ ଡିଏସପି ହେଲେ ରିଚା ଘୋଷ, ରାଜ୍ୟ ସରକାର କଲେ ସମ୍ମାନିତ

ବିଶ୍ବକପ ଜିତି ଇତିହାସ ରଚିଛି ଭାରତୀୟ ମହିଳା କ୍ରିକେଟ ଟିମ୍ । ଟିମ୍ ଇଣ୍ଡିଆ ବିଶ୍ବ ଚାମ୍ପିଅନ ହେବା ପରେ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ ତରଫରୁ ୪୦ କୋଟି ଟଙ୍କାର ପୁରସ୍କାର ରାଶି ଦିଆଯାଇଛି । ସେହିପରି ଭାରତୀୟ ଟିମକୁ ୫୧ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିଛି ବିସିସିଆଇ । ଭାରତୀୟ ମହିଳା କ୍ରିକେଟ ଟିମ୍ ଆଇସିସି ବିଶ୍ବକପ ଜିତିବା ପରେ ଟିମର ଖେଳାଳିଙ୍କୁ ଲଗାତାର ସମ୍ମାନିତ କରାଯାଉଛି । ଆଇସିସି ଏବଂ ବିସିସିଆଇ ତରଫରୁ ଜବରଦସ୍ତ ପୁରସ୍କାର ଦିଆଯାଉଛି । ପୁରସ୍କାର ଦିଆଯିବା ପରେ ରାଜ୍ୟ ସରକାର ମଧ୍ୟ ନିଜ ମାଟିର ସୁନା ଝିଅଙ୍କୁ ସମ୍ମାନିତ କରୁଛନ୍ତି । ଏପରି ସ୍ଥଳେ ପଶ୍ଚିମବଙ୍ଗ ସରକାର ତରଫରୁ ରିଚା ଘୋଷଙ୍କୁ ମଧ୍ୟ ଡିଏସପି ଭାବେ ଦାୟିତ୍ବ ଦିଆଯାଇଛି । ବିଶ୍ବକପ ୨୦୨୫ରେ ଟିମ୍ ଇଣ୍ଡିଆ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ୱିକେଟ କିପର ବ୍ୟାଟର ରିଚା ଘୋଷ ନିଜ ସହର ସିଲିଗୁଢିରେ ପହଞ୍ଚିବା ପରେ ଜୋରଦାର ସ୍ବାଗତ କରାଯାଇଥିଲା । ଏହାପରେ ପଶ୍ଚିମବଙ୍ଗ ସରକାର ଏବଂ ବଙ୍ଗଳା କ୍ରିକେଟ ଆସୋସିଏସନ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରି ସମ୍ମାନିତ କରି ପୁରସ୍କାର ଦେଇଥିଲା ।

କୋଲକତାର ଇଡେନ ଗାର୍ଡେନରେ ଆୟୋଜିତ ଏକ ଇଭେଣ୍ଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୨ ବର୍ଷୀୟ ରିଚାଙ୍କୁ ଡିଏସପି ରାଙ୍କରେ ନିଯୁକ୍ତ କରିଥିଲେ । ଏହାସହିତ ରାଜ୍ୟର ଦ୍ବିତୀୟ ସବୁଠାରୁ ବଡ଼ ସମ୍ମାନ ବଙ୍ଗ ଭୂଷଣରେ ମଧ୍ୟ ପୁରସ୍କୃତ କରିଥିଲେ । ଏହାସହ ମମତା ବାନାର୍ଜୀ ସୁନାର ଏକ ଚେନ୍ ରିଚାଙ୍କୁ ଦେଇଥିଲେ । ସିଏବି ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଆସୋସିଏସନ ରିଚାଙ୍କୁ ୩୪ ଲକ୍ଷ ଟଙ୍କା ପୁରସ୍କାର ଭାବେ ପ୍ରଦାନ କରିଛନ୍ତି । ଏହାସହ ରିଚାଙ୍କୁ ସୁନାର ଏକ ବ୍ୟାଟ ଏବଂ ବଲ ମଧ୍ୟ ପ୍ରଦାନ କରାଯାଇଛି । ରିଚା ବିଶ୍ବକପରେ ୮ଟି ଇନିଂସରେ ୧୩୩ ଷ୍ଟ୍ରାଇକ ରେଟ ସହିତ ୨୩୫ ରନ୍ କରିଥିଲା । ଏହାଛଡା ମହିଳା ବିଶ୍ବକପରେ ସବୁଠାରୁ ଅଧିକ ୧୨ ଛକା ମାରିବାରେ ବିଶ୍ବ ରେକର୍ଡ କରିବା ସମକକ୍ଷ ହୋଇଛନ୍ତି ।

Related posts

ଅର୍ଜୁନ ପୁରସ୍କାର ପାଇବା ପରେ ପଡ଼ିଆକୁ ଫେରିବାକୁ ଘୋଷଣା କଲେ ମହମ୍ମଦ ଶାମି

Odisha Sports Bureau

ଆଇପିଏଲ ଖେଳାଳୀଙ୍କୁ ମିଳିବ ଫୁଲ ଦରମା

Odisha Sports Bureau

ବୈରାଟପୁର ପ୍ରିମିୟର ଲିଗ କ୍ରିକେଟ ୨୦୨୫, ଚି଼ଲ୍ ବ୍ରୋ କୁ ହରାଇ ଏସଏସ ଫାଇଟର ଚାମ୍ପିଅନ

Odisha Sports Bureau