Football

କିଏ ଯୋଡିବ ସଫଳତାର ନୂଆ ଫର୍ଦ୍ଦ ?

କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଲିଓନେଲ୍ ମେସି, କିଏ ନିଜ ନାଁରେ ଯୋଡିବେ ସଫଳତାର ନୂଆ ଏକ ଫର୍ଦ୍ଦ ? କିଏ ପ୍ରଥମେ ତାଙ୍କର ଫୁଟବଲ୍ କ୍ୟାରିୟରରେ, ୧୦୦୦ ଟି ଗୋଲ କରିବାର ପାହାଚରେ ପ୍ରଥମେ ପାଦ ଥାପିବେ । ବର୍ତ୍ତମାନ ଏହାକୁ  ନେଇ ଖେଳପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ ଧରିଛି । ଅବଶ୍ୟ ଏହି ରେସରେ ବର୍ତ୍ତମାନ ସୁଦ୍ଧା ଆଗରେ ରୋନାଲ୍ଡୋ ରହିଛନ୍ତି । କିନ୍ତୁ ମେସିଙ୍କର ଗୋଲ୍ ସଂଖ୍ୟା ବି କିଛି କମ୍ ନୁହେଁ । ରୋନାଲ୍ଡୋଙ୍କ ତୁଳନାରେ କମ୍ ମ୍ୟାଚ୍ ମେସି ଖେଳିଥିବା ବେଳେ, ତାଙ୍କ ଗୋଲ୍ ସଂଖ୍ୟା ବି ରୋନାଲ୍ଡୋଙ୍କ ଠାରୁ ବେଶୀ ପଛରେ ନାହିଁ । କାହିଁକି ନା, କ୍ରିଷ୍ଟିଆନୋ ରୋନାଲ୍ଡୋ୧୨୯୬ଟି ମ୍ୟାଚ୍ ଖଏଳିଥିବା ବେଳେ, ୯୫୩ଟି ଗୋଲ୍‌ କରିଛନ୍ତି । ସେହିଭଳି ଲିଓନେଲ୍ ମେସି ମଧ୍ୟ ୧୧୩୨ଟି ମ୍ୟାଚ୍‌ ଖେଳିଥି୍ବା ବେଳେ ୮୯୨ଟି ଗୋଲ୍‌ କରିଛନ୍ତି । ତେଣୁ ରୋନାଲ୍ଡୋଙ୍କୁ ୧୦୦୦ ପଏଣ୍ଟରେ ପହଞ୍ଚିବା ପାଇଁ ଆଉ ୪୭ଟି ଗୋଲ୍‌ ଆବଶ୍ୟକ ରହିଥିବା ବେଳେ, ମେସିଙ୍କୁ ୧୦୦୦ ପଏଣ୍ଟରେ ପହଞ୍ଚିବା ପାଇଁ ଆଉ ୧୦୮ଟି ଗୋଲର ଆବଶ୍ୟକ ରହିଛି ।

No photo description available.

Related posts

ପ୍ରଖ୍ୟାତ ଫୁଟବଲର ପିକେ ବାନାର୍ଜୀଙ୍କ ପରଲୋକ

Odisha Sports Bureau

ଚଳିତ ବର୍ଷ କୌଣସି ଖେଳାଳି ସମ୍ମାନଜନକ ବଲୋନ୍ ଡି’ଅର୍ ପୁରସ୍କାର ପାଇବେ ନାହିଁ

Odisha Sports Bureau

ଫୁଟବଲ ଖେଳୁଥିବା ସମୟରେ ଚାଲିଗଲା ଜୀବନ

Odisha Sports Bureau