Cricket

ନେଲସନରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୱେଷ୍ଟଇଣ୍ଡିଜ୍‌କୁ ୯ ରନ୍‌ରେ ପରାସ୍ତ କରିଛି

ରବିବାର ନେଲସନରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୱେଷ୍ଟଇଣ୍ଡିଜ୍‌କୁ ୯ ରନ୍‌ରେ ପରାସ୍ତ କରିଛି। ଏହା ସହିତ କିୱି ଦଳ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୨-୧ରେ ଆଗୁଆ ହୋଇଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଦଳ ୨୦ ଓଭରରେ ୧୭୮ ରନ୍‌ କରିଥିଲା, ଯାହାର ଜବାବରେ କାରିବିଆନ୍ ଦଳ ୧୯.୫ ଓଭରରେ ୧୬୮ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା।

New Zealand vs West Indies, 3rd T20I - Live Cricket Score, Updates & News |  IPL News

ଶେଷ ଓଭରରେ ୱେଷ୍ଟଇଣ୍ଡିଜ୍‌କୁ ବିଜୟ ପାଇଁ ୧୨ ରନ୍‌ ଆବଶ୍ୟକ ଥିଲା, କିନ୍ତୁ ଦଳ ଏହି ଲକ୍ଷ୍ୟ ହାସଲ କରିପାରିନଥିଲା। ଏବେ ଉଭୟ ଦଳ ଆସନ୍ତାକାଲି, ନଭେମ୍ବର ୧୦ରେ ନେଲସନରେ ଚତୁର୍ଥ ଟି-୨୦ ମ୍ୟାଚ୍‌ ଖେଳିବେ, ଯେଉଁଠାରେ ୱେଷ୍ଟଇଣ୍ଡିଜ୍ ସିରିଜ୍‌କୁ ସମାନ କରିବାକୁ ଚେଷ୍ଟା କରିବ।

Related posts

ଟିକେଟ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ହାଇଦ୍ରାବାଦ କ୍ରିକେଟ ସଂଘ ସଭାପତି ଜଗନ ମୋହନ ରାଓ

ରୋହିତ:ଦିନିକିଆ କ୍ରିକେଟରେ ୮ ହଜାର ରନ୍ ପୂରଣ କଲେ

Odisha Sports Bureau

ଭାରତ – ଦକ୍ଷିଣ ଆଫିକ୍ରା ଟି-୨୦ ମ୍ୟାଚ୍, ବୋଲିଂ କରିବ ଦକ୍ଷିଣ ଆଫ୍ରିକା

Odisha Sports Bureau