Football

ଜୀବନ ଯୁଦ୍ଧରେ ହାରିଗଲେ ଫୁଟବଲର

ନୂଆଦିଲ୍ଲୀ: ଜୀବନ ଆଉ ମୃତ୍ୟୁ ମଧ୍ୟରେ ୪୦ ବର୍ଷର ଯୁଦ୍ଧ । ଶେଷରେ ଏହି ସଂଗ୍ରାମରେ ହାରିଯାଇଛନ୍ତି ଜଣେ ମହାନ ପୁଟବଲ ଖେଳାଳୀ । ଦୀର୍ଘ ୪୦ ବର୍ଷ କାଳ କୋମାରେ ରହିବା ପରେ ସେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏହି ପ୍ରସିଦ୍ଧ ଫୁଟବଲ ଖେଳାଳୀ ଜଣକ ହେଉଛନ୍ତି ଫ୍ରାନ୍ସର ପ୍ରସିଦ୍ଧ ଖେଳାଳୀ ଜିନ-ପିଏରେ-ଆଡାମ୍ସ । ୭୩ ବର୍ଷର୍ ବୟସରେ ସେ ଆଜି ମୃତ୍ୟୁବରଣ କରିଛନ୍ତି । ଗତ ୪୦ ବର୍ଷରୁ ଜେମ୍ସ କୋମା ଅବସ୍ଥାରେ ଥିଲେ । ଯାହାର କାରଣ ପାଲଟିଥିଲେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର । ୧୯୮୨ ମସିହାରେ ମାତ୍ର ୩୩ ବର୍ଷରେ କୋମାକୁ ଚାଲିଯାଇଥିଲେ ଆଡାମ୍ସ । ଡାକ୍ତରଙ୍କର ସାମାନ୍ୟ ଗୋଟିଏ ଭୁଲ ପାଇଁ ସେ କୋମାରେ ୪୦ ବର୍ଷ ରହିବା ପରେ ଦେହତ୍ୟାଗ କରିଛନ୍ତି ।
ଏକ ସାଧାରଣ ଆଣ୍ଠୁ ଅପରେସନ କରିବା ପାଇଁ ଆଡାମ୍ସ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ଆବଶ୍ୟକତାରୁ ଅଧିକ ମାତ୍ରାରେ ଆନାସ୍ତେସିଆ ଦେଇଥିଲେ । ଫଳରେ ତାଙ୍କ ମସ୍ତିସ୍କ ଉପରେ ପ୍ରଭାବ ଅଚଳ ହୋଇଯାଇଥିଲା । ଏହାପରେ ସେ କୋମାକୁ ଚାଲିଯାଇଥିଲେ ଏବଂ ଏହିଠାରେ ହିଁ ତାଭ୍କ କ୍ୟାରିୟର ଶେଷ ହୋଇଯାଇଥିଲା ।

Related posts

ଅବସର ନେଇ ସଙ୍କେତ ଦେଇଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ…

Odisha Sports Bureau

ଓଡ଼ିଶା ଏଫ୍‌ସିର ନୂଆ କିଟ୍ ଉନ୍ମୋଚିତ

Odisha Sports Bureau

ଭାରତ ଓ ଓମାନ ମଧ୍ୟରେ ଅଭ୍ୟାସ ମ୍ୟାଚ୍‌ ଡ଼୍ର

Odisha Sports Bureau