Football

ଲା ଲିଗ୍: ଜିଦାନଙ୍କ ରିୟଲ୍କୁ ଭାଲେନ୍ସିଆ ୨-୧ ଗୋଲରେ କଲା ପରାଜୟ

(ଓଡିଶା ସ୍ପୋର୍ଟ): କୋଚ୍ ଜିନେଦିନ୍ ଜିଦାନଙ୍କ ଗେରେଥ୍ ବେଲ୍ଙ୍କୁ ବାହାର କରିବାର ନିଷ୍ପତ୍ତି ସଫଳ ସାବ୍ୟସ୍ତ ହେଲା ନାହିଁ । ଏହାର ଫଳାଫଳ ରିୟଲ ମାଡ୍ରିଡ୍କୁ ଭାଲେନ୍ସିଆ ହାତରେ ଲା ଲିଗ୍ ରେ ୧-୨ରେ ପରାଜୟର ସାମ୍ନା କରିବାକୁ ପଡିଲା ।ଏହା ରିୟଲର ଜିଦାନ ୍କୋଚ୍ ହେବା ପରେ ପ୍ରଥମ ଏବଂ ଋତୁର ନବମତମ ପରାଜୟ ଅଟେ ।

ଶେଷଥର ପ୍ରଥମ ଲିବରପୁଲର ବିପକ୍ଷରେ ଚମ୍ପିଆନସ୍ ଲିଗ୍ ଫାଇନାଲରେ ଜିଦାନ ବେଲଙ୍କୁ ବାହାର କରିଥଲେ । ସେହି ସମୟରେ ୱେସ୍ଲର ଏହି ଫୁଟବଲର୍ ସ୍ଥାନ ପାଇଁ ଖେଳାଳୀ ରୂପେ ପଡିଆକୁ ଓହ୍ଲାଇ ଭଲ ପ୍ରଦର୍ଶନ କରିଥିଲେ, କିନ୍ତୁ ଏହି ମ୍ୟାଚ୍ରେଏହାର ପୂୁନରାବୃର୍ତ୍ତି ହୋଇପାରିଲା ନାହିଁ ।

ଭାଲେନ୍ସିଆ ତରଫରୁ ଗୋଚାଲୋ ଗୁଇଡେସ୍ (୩୫ତମ ମିନିଟ୍) ଏବଂ ଇଜେକିଲ ୍ଗୋରେ(୮୩ତମ ମିନିଟ୍)ଗୋଟିଏ ଗୋଟିଏ ଗୋଲ କରିଥିଲେ । ରିୟଲ ପାଇ ଁଗୋଟିଏ ମାତ୍ର ଗୋଲ୍ ଖେଳି ଇଞ୍ଜୁରି ଟାଇମ୍ରେ କରିମ୍ ବେଞ୍ଜେମା(୯୦+ ୩) କରିଥିଲେ । ଏହି ପରାଜୟ ପରେ ମଧ୍ୟ ରିୟଲ୍ ଟିମ୍ ୫୭ ଅଙ୍କ ସହିତ ତୃତୀୟସ୍ଥାନରେ ରହିଥିଲେ । ବର୍ଷିଲୋନା (୭୦) ପ୍ରଥମେଏବଂଏଟଲେଟିକୋ ମେଡ୍ରିଡ୍(୬୨) ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

Related posts

ଚେନ୍ନାଇନକୁ ହରାଇଲା ଏଟିକେ

Odisha Sports Bureau

ଏସିଆ କପରେ୨୦୨୩ରେ, ମହିଲା ଓ ପୁରୁଷ ଫୁଟବଲ ଟଇମ ଖେଳିବ

ଇଂରାଜୀ ପ୍ରିମିୟର ଲିଗ୍: ରେକର୍ଡ ପଏଣ୍ଟ ସୁରକ୍ଷିତ ରଖିବା ପାଇଁ ଲିଭରପୁଲ୍ ଆଉ ଏକ ବିଜୟ ଆବସ୍ୟକ

Odisha Sports Bureau