Cricket

ଉଦଘାଟିତ ହୋଇଛି ଉଦଳା ପ୍ରିମିୟର ଲିଗ୍ ସିଜନ-୪

ମୟୁରଭଞ୍ଜ ଜିଲ୍ଲା ଉଦଳା ପ୍ରିମିଓର ଲିଗ ସିଜିନ-4 ର ଉଦଘାଟନ ହୋଇଯାଇଛି l ଉଦଳା କ୍ରିକେଟ କ୍ଳବ ପକ୍ଷରୁ ମୁନା ମେମୋରିଆଲ ନାମରେ ଏହି ଉଦଳା ପ୍ରିମିଓର ଲିଗ ଆୟୋଜିତ ହେଉଥିବା ବେଳେ ଆଜିଠୁ ଆରମ୍ଭ ହୋଇ ଡ଼ିସେମ୍ବର 12 ତାରିଖରେ ଶେଷ ହେବ l ଏହି ପ୍ରିମିଓର ଲିଗରେ 6 ଟି ଫ୍ରାଞ୍ଚାଇଜ଼ ଟିମ ଅଂଶଗ୍ରହଣ କରିଥିବା ବେଳେ ଆଜି ଉଦଳା ହାଇସ୍କୁଲ ଖେଳ ପଡିଆଠାରେ ବହୁ ଧୁମଧାମରେ ପ୍ରିମିଓର ଲିଗର ଉଦଘାଟନ ହୋଇଯାଇଛି l

ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଦଳା ଏନଏସି ଅଧକ୍ଷା ପ୍ରମିଳା ପଣ୍ଡା ଏବଂ ମୟୁରଭଞ୍ଜ ବିଜେପିର ପୂର୍ବ ଜିଲ୍ଲା ସଭାପତି ନିହାର ମୋଦି ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସତନ୍ତ୍ର ଅତିଥି ଭାବେ ଉଦଳା ଏନଏସିର କାଉନସିଲର ଉପସ୍ଥିତ ରହି ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l ଉଦଘାଟନି ମ୍ୟାଚରେ ପ୍ରଥମେ ଅlରୟନ ଫାଇଟର  ବ୍ୟାଟିଂ କରି 15 ଓଭର ରେ 172 ରନର ଟାର୍ଗେଟ ଦେଇଥିଲା ଉଦଳା ଡମିନେଟର ଟିମ କୁ l ତେବେ 15 ଓଭର ରେ 133 ରନ କରି ଓଲ ଆଉଟ ହେଇଯିବl ସହ ପରାସ୍ତ ହୋଇଥିଲା ଉଦଳା ଡମିନେଟର ଟିମ l ଖେଳ ପରିଚାଳନା ଦା୍ୱିତ୍ୱରେ ଥିଲେ କାଜଲ ବେହେରା ଏବଂ ପ୍ରଦୀପ ଦାସ l

Related posts

ମହିଳା ଟି- ୨୦ ବିଶ୍ୱକପ୍ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କଲା ଭାରତ

Odisha Sports Bureau

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଲେ ବିଶ୍ବ ବିଜୟୀ ମହିଳା ଟିମ୍

Odisha Sports Bureau

ବ୍ରିଟିଶମାନଙ୍କୁ ଦିନରେ ତାରା ଦେଖାଇଲେ ଅଶ୍ୱିନ-ଜାଡେଜା ଏବଂ ଜୈସୱାଲ; ହାଇଦ୍ରାବାଦ ଟେଷ୍ଟରେ ଭାରତ ଦୃଢ଼

Odisha Sports Bureau