Cricket

ଦିନିକିଆ ମ୍ୟାଚ୍‌ ପାଇଁ ବାରବାଟୀ ଷ୍ଟାଡ଼ିୟମ ବୁଲି ଅନୁଧ୍ୟାନ କଲେ ମନ୍ତ୍ରୀ

(ଓଡ଼ିଶା ସ୍ପୋର୍ଟ): ବାରବାଟୀ ଷ୍ଟାଡିୟମରେ ୨୨ ତାରିଖରେ ଖେଳାଯିବାକୁଥିବା ଭାରତ-ଇଣ୍ଡିଜ୍‌ ଦିନିକିଆ ମ୍ୟାଚ୍‌ ପାଇଁ ପ୍ରସ୍ତୁତ ପର୍ବ ଜୋରସୋରରେ ଚାଲିଛି। ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମେତ ରାଜ୍ୟ ସରକାର, ଜିଲା ପ୍ରଶାସନ ମ୍ୟାଚ୍‌କୁ ସୁଚାରୂରୂପେ ଆୟୋଜନ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତି ରାଜ, ପାନୀୟ ଜଳ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଶୁକ୍ରବାର ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରିବା ସହ ମ୍ୟାଚ୍‌ ନେଇ ପ୍ରସ୍ତୁତି ଅନୁଧ୍ୟାନ କରିଥିଲେ। ବିଶେଷକରି ଦର୍ଶକମାନଙ୍କ ନିମନ୍ତେ ଉପଲବ୍ଧ ଥିବା ବିଭିନ୍ନ ସୁବିଧା ସୁଯୋଗ ଯଥା ପାନୀୟଜଳ, ଆମ୍ବୁଲାନ୍ସ, ଖାଦ୍ୟ ବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ। ଷ୍ଟାଡିୟମ ଭିତରକୁ ପାଣି ବୋତଲ ମନା ଥିବା ବେଳେ ଦର୍ଶକଙ୍କୁ କିପରି ପାନୀୟ ଜଳ ଯୋଗାଇ ଦିଆଯିବ ସେ ସମ୍ପର୍କରେ ଓସିଏ ପକ୍ଷରୁ ମନ୍ତ୍ରୀ ଜେନାଙ୍କୁ ଅବଗତ କରାଯାଇଥିଲା।

Related posts

ପାଣ୍ଡ୍ୟାଙ୍କ ଭୁଲ ପାଇଁ ଖେଳାଳିଙ୍କ ଉପରେ ମୋଟା ଅଙ୍କର ଫାଇନ

ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ଭାରତ-ଇଂଲଣ୍ଡ ମହାମୁକାବିଲା, ଟସ୍ ଜିତି ବୋଲିଂ କଲା ଇଂଲଣ୍ଡ

ବଦଳିବ ଦିନିକିଆ ବିଶ୍ୱକପର ଫର୍ମାଟ

Odisha Sports Bureau