Cricket

ଦିନିକିଆ ମ୍ୟାଚ୍‌ ପାଇଁ ବାରବାଟୀ ଷ୍ଟାଡ଼ିୟମ ବୁଲି ଅନୁଧ୍ୟାନ କଲେ ମନ୍ତ୍ରୀ

(ଓଡ଼ିଶା ସ୍ପୋର୍ଟ): ବାରବାଟୀ ଷ୍ଟାଡିୟମରେ ୨୨ ତାରିଖରେ ଖେଳାଯିବାକୁଥିବା ଭାରତ-ଇଣ୍ଡିଜ୍‌ ଦିନିକିଆ ମ୍ୟାଚ୍‌ ପାଇଁ ପ୍ରସ୍ତୁତ ପର୍ବ ଜୋରସୋରରେ ଚାଲିଛି। ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମେତ ରାଜ୍ୟ ସରକାର, ଜିଲା ପ୍ରଶାସନ ମ୍ୟାଚ୍‌କୁ ସୁଚାରୂରୂପେ ଆୟୋଜନ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତି ରାଜ, ପାନୀୟ ଜଳ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଶୁକ୍ରବାର ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରିବା ସହ ମ୍ୟାଚ୍‌ ନେଇ ପ୍ରସ୍ତୁତି ଅନୁଧ୍ୟାନ କରିଥିଲେ। ବିଶେଷକରି ଦର୍ଶକମାନଙ୍କ ନିମନ୍ତେ ଉପଲବ୍ଧ ଥିବା ବିଭିନ୍ନ ସୁବିଧା ସୁଯୋଗ ଯଥା ପାନୀୟଜଳ, ଆମ୍ବୁଲାନ୍ସ, ଖାଦ୍ୟ ବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ। ଷ୍ଟାଡିୟମ ଭିତରକୁ ପାଣି ବୋତଲ ମନା ଥିବା ବେଳେ ଦର୍ଶକଙ୍କୁ କିପରି ପାନୀୟ ଜଳ ଯୋଗାଇ ଦିଆଯିବ ସେ ସମ୍ପର୍କରେ ଓସିଏ ପକ୍ଷରୁ ମନ୍ତ୍ରୀ ଜେନାଙ୍କୁ ଅବଗତ କରାଯାଇଥିଲା।

Related posts

ଲକ୍ଷ୍ନୌର ସର୍ବୋଚ୍ଚ ସ୍କୋର

Odisha Sports Bureau

ଏସିଆ କପ ଫାଇନାଲ ମ୍ୟାଚରୁ ବାଦ ପଡିଲେ ଅକ୍ଷର ପଟେଲ ଏବଂ ମହେଶ ତୀକ୍ଷଣା

Odisha Sports Bureau

ପ୍ଲେଇଙ୍ଗ୍ ଇଲେଭେନକୁ ଫେରି ପାରନ୍ତି ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ଓ ଡେଭିଡେ ଓ୍ଵାର୍ଣ୍ଣର

Odisha Sports Bureau