Cricket

ଦ୍ୱିତୀୟ ଦିନିକିଆ, ଭାରତ ୨୫୦ରନରେ ଅଲଆଉଟ

(ଓଡିଶା ସ୍ପୋର୍ଟ): ମହାରାଷ୍ଟ୍ରର ନାଗପୁରସ୍ଥିତ ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ଟସ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବିରାଟ ନିଜ କ୍ୟାରିୟରର ୪୦ତମ ଶତକ ହାସଲ କରିଛନ୍ତି। ବିରାଟ (୧୧୬)ଙ୍କ ମାରାଥନ୍ ଇନିଂସ୍ ସତ୍ତ୍ୱେ ଭାରତ ୪୮.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୨୫୦ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ଅଷ୍ଟ୍ରେଲିଆକୁ ସିରିଜ୍ ବରାବର କରିବା ପାଇଁ ୨୫୧ ରନର ଆବଶ୍ୟକ ହେଉଛି। ବିରାଟ ୧୨୦ ବଲରେ ୧୦ ଚୌକା ସହ ୧୧୬ ରନ୍ କରିଛନ୍ତି।

ବିରାଟ ୧୦୭ ବଲ୍ରେ ତାଙ୍କର ୪୦ତମ ଶତକ ମାରିଥିଲେ ହେଁ, ଶେଷ ପର୍ୟ୍ୟନ୍ତ କ୍ରିଜରେ ଛିଡ଼ା ହୋଇପାରି ନଥିଲେ। ଭାରତର ସ୍କୋର ୨୪୮ ଥିବା ବେଳେ ବିରାଟଙ୍କୁ କମିନ୍ସ ପ୍ୟାଭିଲିୟନ୍ ପଠାଇ ଦେଇଥିଲେ। ଏହାପରେ ଭାରତ ଆଉ ୨ ରନ୍ ଯୋଡ଼ି ୨୫୦ ରନ୍ରେ ଅଲ ଆଉଟ ହୋଇଯାଇ ଥିଲା। ଅଷ୍ଟ୍ରେଲିଆର ସଫଳ ବୋଲର ଭାବେ କମିନ୍ସ ୨୯ ରନ୍ ଦେଇ ୪ଟି ଓ ଜାମ୍ପା ୨ଟି ୱିକେଟ୍ ନେଇଛନ୍ତି।

Related posts

ଭାରତ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଘୋଷଣା ହେଲା ଅଷ୍ଟ୍ରେଲିଆ ଟିମ

Odisha Sports Bureau

ମହିଳା ବିଶ୍ୱକପ୍‌ ଉଦ୍‌ଘାଟନୀ ମୁକାବିଲାରେ ଭାରତ ସହ ଖେଳିବ ଶ୍ରୀଲଙ୍କା

Odisha Sports Bureau

ଟ୍ୱେଣ୍ଟି-୨୦ ପ୍ରତିଯୋଗିତାରେ ୭ ୱିକେଟ ନେଇ ରେକର୍ଡ କଲେ ସିଜରୁଲ