(ଓଡିଶା ସ୍ପୋର୍ଟସ ): ଇସ୍ତପା ଦେଲେ କପିଲ ଦେବ । ଆଜି ବିସିସିଆଇର କ୍ରିକେଟ୍ ଆଡଭାଇଜରି କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ବିସିସିଆଇର ଏଥିକ୍ସ କମିଟିର ନୋଟିସ ପରେ କପିଲ ଦେବ ନିଜ ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି । କନଫ୍ଲିକ୍ଟ ଅଫ ଇଂଟରେଷ୍ଟ ଅର୍ଥାତ ବ୍ୟକ୍ତିଗତ ସ୍ୱାର୍ଥକୁ ସୁରକ୍ଷା ଦେଉଥିବା ଅଭିଯୋଗରେ କପିଲ ଦେବଙ୍କୁ ନୋଟିସ କରିଥିଲେ ଏଥିକ୍ସ ଅଧିକାରୀ ଡିକେ ଜୈନ । ପୂର୍ବରୁ କ୍ରିକେଟ୍ ଆଡଭାଇଜରି କମିଟିର ସଦସ୍ୟା ଶାନ୍ତା ରଙ୍ଗାସ୍ୱାମୀଙ୍କ ଇସ୍ତଫା ପରେ କପିଲ୍ ଦେବ୍ ଏହାର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କୁ ମଧ୍ୟ ଏଥିକ୍ସ କମିଟି ନୋଟିସ ଜାରି କରିଥିଲା ।
କପିଲ ତାଙ୍କର ଇସ୍ତଫା ପତ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ବିସିସିଆଇ ପରିଚାଳନା ଲାଗି କମିଟି ଅଫ୍ ଆଡମିନିଷ୍ଟ୍ରେଟର୍ସଙ୍କୁ ଇମେଲ ମାଧ୍ୟମରେ ପଠାଇ ଦେଇଛନ୍ତି । ଇସ୍ତଫାର କୌଣସି କାରଣ ଦର୍ଶାଇ ନାହାନ୍ତି କପିଲ୍ । ୨୦୧୯ ଜୁଲାଇ ମାସରେ କପିଲ ଦେବଙ୍କୁ କ୍ରିକେଟ ଆଡଭାଇଜରି କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା । ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଦଳର ମୁଖ୍ୟ କୋଚ ଚୟନ ଦାୟିତ୍ୱ ଏହି କମିଟି ଉପରେ ନ୍ୟସ୍ତ କରାଯାଇଥିଲା ।
ତେବେ ମଧ୍ୟପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଆଜୀବନ ସଦସ୍ୟ ଡି.କେ ଜୈନ୍ ଅଭିଯୋଗ ଆଣିଥିଲେ କି କପିଳ୍ ଦେବ ଓ ଶାନ୍ତା ରଙ୍ଗାସ୍ୱାମୀ ବ୍ୟବସାୟ ଓ ଅନ୍ୟ କାର୍ୟ୍ୟାକଳାପରେ ସଂପୃକ୍ତି ଥିବାରୁ ଏପରି ପଦବିରେ ରହିବା ଯୁକ୍ତିଯୁକ୍ତ ନୁହେଁ । ଏଥିଲାଗି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା ।
ଏହାପରେ ଶାନ୍ତା ରଙ୍ଗାସ୍ୱାମୀ ଇସ୍ତଫା ଦେଇଥିଲେ ଓ କପିଲ୍ ଆଜି ଇସ୍ତଫା ଦେଇଛନ୍ତି ।
previous post