More Sports

ଭାରତର ୬୫ତମ ଗ୍ରାଣ୍ଡମାଷ୍ଟର ହେଲେ ରୌନକ ସାଧୱାନୀ

(ଓଡିଶା ସ୍ପୋର୍ଟ): ୧୩ ବର୍ଷର ରୌନକ ସାଧୱାନି ଭାରତର ୬୫ତମ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି । ରୌନକ ଆଇଲ ଅଫ୍ ମେନରେ ଫିଡେ ଚେସ୍ ଡଟ୍ କମ୍ ଗ୍ରାଣ୍ଡ ଟେଷ୍ଟ୍ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରି ଏହି ଉପଲବ୍ଧି ହାସଲ କରିଛନ୍ତି । ତାଙ୍କର ଏହି ଉପଲବ୍ଧିରେ ପୂର୍ବ ଚମ୍ପିଆନ ସ୍ୱିଜରଲ୍ୟାଣ୍ଡର ଭ୍ଲାଦିମିର କ୍ରେମାନିକ ମଧ୍ୟ ଖୁସୀ ଅଛନ୍ତି କାରଣ ସେ ଅନ୍ୟ ପାଞ୍ଚ ଜଣ ଯୁବ ଭାରତୀୟ ପ୍ରତୀଭାଙ୍କ ସହିତ ରୌନକଙ୍କୁ ଟ୍ରେନ କରିଛନ୍ତି । କ୍ରେମାନିକ କହିଛନ୍ତି ମୁଁ ରୌନକ ପାଇଁ ଗର୍ବିତ ଅନୁଭବ କରୁଛି । ଗତ କିଛି ମାସ ମଧ୍ୟରେ ତାଙ୍କ ଖେଳରେ କିଛିଟା ପରିବର୍ତ୍ତନ, ମଜଭୁତ ଆସିଛି । ୪୪ ବର୍ଷିୟ କ୍ରେମାନିକ୍ ଏହି ବର୍ଷ ଚେସ୍ ରୁ ସନ୍ନ୍ୟାସ ଗ୍ରହଣ କରିଥିଲେ । ସେ କହିଛନ୍ତି, “ମୋର ବିଶ୍ୱାସ ଅଛି ରୌନକ ଚେସର ଶ୍ରେଷ୍ଠ ଖେଳାଳୀ ହେବେ । ରୌନକ କହିଛନ୍ତି, କ୍ରେମାନିକ ସାରଙ୍କ ଟ୍ରେନିଙ୍ଗ୍ ମୋ ଜୀବନ ବଦଳାଇଦେବାରେ ବରଦାନ ସଦୃଶ୍ୟ ଥିଲା । ସେ ଯାହା ମୋତେ ସିଖାଇଲେ, ମୁଁ ମୋ ଖେଳରେ ମଧ୍ୟ ତାହାକୁ ସାମିଲ କରିଛି । ଏହା ମାନସିକ ଦୃଷ୍ଟିରୁ ଅନେକ ଦୃଢତା ମିଳିଛି ।

Related posts

ପ୍ରୋ କବାଡ୍ଡୀ ୨୦୧୯ରେ ଦିଲ୍ଲୀ-ହରୀୟାଣାର ବିଜୟ

Odisha Sports Bureau

ଏସୀୟ U20 ଆଥଲେଟିକ୍ସ ଚାମ୍ପିଅନସିପରେ ବ୍ରୋଞ୍ଜ ଜିତିବା ପରେ ଆଥଲେଟ୍ସ ଏମଡି ରେୟାନ ବାଶା ଏବଂ ଦୋଣ୍ଡପତି ଜୟରାମଙ୍କୁ ନଗଦ ପୁରସ୍କାର ପ୍ରଦାନ କରିଛନ୍ତି କ୍ରୀଡା ମନ୍ତ୍ରୀ

ଏସିଆ ବଡୀ ବିଲ୍ଡିଙ୍ଗ୍ ଚମ୍ପିଆନସିପରେ ରୌପ୍ୟ ପଦକ ଜିତିଲେ କାଦିର

Odisha Sports Bureau