Cricket

ଭାରତ-ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ

(ଓଡ଼ିଶା ସ୍ପୋର୍ଟସ ): ଆସନ୍ତାକାଲି ଭାରତ-ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ ଖେଳାଯିବ । ପୁନେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ ଠାରେ ସନ୍ଧ୍ୟା ୭ଟାରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍ । ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ପ୍ରଥମ ମ୍ୟାଚ୍ ବର୍ଷା ପାଇଁ ବାତିଲ ହୋଇଯାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଥିଲା ବିରାଟ ବାହିନୀ।
୧-୦ରେ ଆଗୁଆ ଥିବା ଟିମ ଇଣ୍ଡିଆ କାଲିର ମ୍ୟାଚ ଜିତି ସିରିଜ୍ କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟରେ ରହିବ । ସେହିପରି ସିରିଜ୍ ବରାବର କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଶ୍ରୀଲଙ୍କା ।
ସମ୍ଭାବ୍ୟ ଭାରତୀୟ ଦଳ – ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ଋଷଭ ପନ୍ଥ (ୱିକେଟରକ୍ଷକ), ଶିଭମ ଦୁବେ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଜସପ୍ରିତ ବୁମରା, ସାର୍ଦ୍ଦୁଲ ଠାକୁର, ନବଦୀପ ସୈନି ।

Related posts

ସୌରଭ ଗାଙ୍ଗୁଲି ଟାଇଗର୍ସ ଅଫ୍ କୋଲକାତାରେ ସହ-ମାଲିକ ଏବଂ ପରାମର୍ଶଦାତା ଭାବରେ ଯୋଗ ଦେଇଛନ୍ତି

Odisha Sports Bureau

ନୂଆ ଯୁଗର ଷ୍ଟମ୍ପ କ୍ରିକେଟରେ ପ୍ରବେଶ; ଅଷ୍ଟ୍ରେଲିଆର ଟି -୨୦ ଲିଗ୍ ‘ବିଗ୍ ବାସ୍ ଲିଗ୍’ରେ ଦେଖିବାକୁ ମିଳିଛି ଏହି ନୂତନ ଷ୍ଟମ୍ପ

Odisha Sports Bureau

୪ ବଲରେ ୪ ଉଇକେଟ , ମାଲିଙ୍ଗା ଇତିହାସର ପ୍ରଥମ ବୋଲର

Odisha Sports Bureau