(ଓଡିଶା ସ୍ପୋର୍ଟ): ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ମ୍ୟାଚ ଫିକ୍ସିଂ ଉପରେ ଦେଇଛନ୍ତି ମନ୍ତବ୍ୟ । ଧୋନି କହିଛନ୍ତି ମ୍ୟାଚ୍ ଫିକ୍ସିଂ ହେଉଛି ସବୁଠାରୁ ବଡ଼ ଅପରାଧ । ଏହା ମଣିଷ ମାରିବା ଠାରୁ ମଧ୍ୟ ଆହୁରି ବଡ଼ ଅପରାଧ ।
ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲସ ଆଇପିଏଲରେ ମ୍ୟାଚଫିକ୍ସିଂ ଅଭିଯୋଗରେ ରୁ ଦୁଇ ବର୍ଷ ପାଇଁ ନିଲମ୍ବିତ ହୋଇଥିଲେ । ଏସବୁ ଘଟଣାକୁ ନେଇ ଏକ ଡକୁମେଣ୍ଟାରୀ ପ୍ରସ୍ତୁତ ହୋଇଛି । ଯାହାର ନାଁ ରହିଛି ‘ରୋର୍ ଅଫ୍ ଦ ଲାୟନ୍’ । ଯାହା ଏକ ୪୫ ସେକେଣ୍ଡର ଟ୍ରେଲର ଆସିଛି । ଏହି ଟ୍ରେଲର୍ରେ ଧୋନି ମ୍ୟାଚ୍ଫିକ୍ସିଂ କେତେ ବଡ଼ ଅପରାଧ ସେକଥା କହିଥିବାର ଡକୁମେଣ୍ଟାରୀରେ ଦେଖା ଯାଇଛି ।
ଧୋନି ଏଥିରେ କହିଛନ୍ତି, ଆମ ଟିମ୍ ସମେତ ମୋ ଉପରେ ମଧ୍ୟ ମ୍ୟାଚଫିକ୍ସିଂ ଅଭିଯୋଗ ଆସିଥିଲା । ଏହି ସମୟ ଆମ ପାଇଁ ଖୁବ୍ କଷ୍ଟକର ଥିଲା । ଫେରିବା ବେଳେ ଆମେ ଖୁବ୍ ଭାବପ୍ରବଣ ହୋଇପଡ଼ିଥିଲୁ । ତେବେ ମୁଁ ଆମ ପିଲାମାନଙ୍କୁ ବୁଝାଇଥିଲି, ଯେଉଁଥିରେ ତୁମର ମୃତ୍ୟୁ ହେଉ ନାହିଁ ସେହି ଘଟଣା ତୁମକୁ ଆହୁରି ଦୃଢ଼ କରିବ । ଏହି ଡକୁମେଣ୍ଟାରୀ ମାର୍ଚ୍ଚ ୨୦ ତାରିଖ ଦିନ ହଟଷ୍ଟାରରେ ରିଲିଜ୍ ହେବ ।