Football

ଶେଷ ନିଶ୍ୱାସ ତ୍ୟାଗ କଲେ ଭାରତୀୟ ଫୁଟବଲର ମହମ୍ମଦ ଜୁଲଫିକାରୁଦ୍ଦିନ

(ଓଡିଶା ସ୍ପୋର୍ଟ): ଫୁଟବଲ ଜଗତରୁ ଚାଲିଗଲେ ଦଳର ଅନ୍ୟତମ ସଦସ୍ୟ ତଥା ପୂର୍ବତନ ଭାରତୀୟ ଫୁଟ୍ବଲର ମହମ୍ମଦ ଜୁଲଫିକାରୁଦ୍ଦିନଙ୍କ ରବିବାର ପରଲୋକ ହୋଇଯାଇଛି। ତାଙ୍କୁ ୮୩ ବର୍ଷ ହୋଇଥିଲା। ତାଙ୍କର ୩ ପୁଅ ଓ ୨ ଝିଅ ଅଛନ୍ତି।

୧୯୫୬ ମେଲବୋର୍ନଠାରେ ଅନୁଷ୍ଠିତ ବ୍ରୋଞ୍ଜ ପଦକ ମ୍ୟାଚରେ ଭାରତ ୦-୩ରେ ବୁଲ୍ଗେରିଆଠାରୁ ପରାଜିତ ହୋଇ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଏହି ଫଳାଫଳକୁ ଦେଶର ଫୁଟ୍ବଲ ଇତିହାସରେ ଅନ୍ୟତମ ଶ୍ରେଷ୍ଠ ମୁହୂର୍ତ୍ତ ବୋଲି ବିବେଚନା କରାଯାଉଛି। ଜୁଲଫିକାରୁଦ୍ଦିନ ଆହୁରି ମଧ୍ୟ ୧୯୫୮ ଟୋକିଓ ଏସିଆନ ଗେମ୍ସ ଓ ମାଲେସିଆରେ ମର୍ଡେକା କପ୍ରେ ଭାରତ ତରଫରୁ ପ୍ରତିନିଧିତ୍ୱ କରିଥିଲେ। ସେ ୧୯୫୫ରୁ ୧୯୬୭ ପର୍ୟ୍ୟନ୍ତ ସନ୍ତୋଷ ଟ୍ରଫିରେ ଆନ୍ଧ୍ର ପ୍ରଦେଶ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ୧୯୫୪ରୁ ୧୯୬୭ ପର୍ୟ୍ୟନ୍ତ ସେ ଆନ୍ଧ୍ର ପ୍ରଦେଶ ପୋଲିସ ଟିମ୍ର ନେତୃତ୍ୱ ସମ୍ଭାଳିଥିଲେ। ସେ ଆହୁରି ମଧ୍ୟ ତାଙ୍କ କ୍ୟାରିୟରରେ ଆଇଏଫ୍ଏ ଶିଲ୍ଡ, ଡୁରାଣ୍ଡ କପ୍ ଓ ରୋଭର୍ସ କପ୍ ଟୁର୍ନାମେଣ୍ଟ ଜିତିଛନ୍ତି। ତେଲେଙ୍ଗାନା ଫୁଟ୍ବଲ ଆସୋସିଏଶନ କାର୍ୟ୍ୟାଳୟଠାରେ ସ୍ବର୍ଗତ ଜୁଲଫିକାରୁଦ୍ଦିନଙ୍କ ଉଦ୍ଦେଶ୍ୟରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଆସୋସିଏଶନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

Related posts

ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ଭାରତର ବିଜୟ

Odisha Sports Bureau

ରୋନାଲ୍ଡୋଙ୍କ ୭୦୦ ଗୋଲ ରେକର୍ଡ

Odisha Sports Bureau

ଲା ଲିଗ୍: ଜିଦାନଙ୍କ ରିୟଲ୍କୁ ଭାଲେନ୍ସିଆ ୨-୧ ଗୋଲରେ କଲା ପରାଜୟ