Wrestling

ସ୍ୱର୍ଣ୍ଣ ଜିତିଲେ ଭିନେଶ ଫୋଗାଟ

(ଓଡ଼ିଶା ସ୍ପୋର୍ଟ): ଭାରତର ଷ୍ଟାର ମହିଳା ରେସଲର ଭିନେଶ ଫୋଗାଟ ରୋମ ରାଙ୍କିଙ୍ଗ ସିରିଜ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ୨୦୨୦ ବର୍ଷର ପ୍ରଥମ ସ୍ୱର୍ଣ୍ଣ ଜିତିଛନ୍ତି । ୫୩ କେଜି ବର୍ଗରେ ଫୋଗାଟଙ୍କ ମୁକାବିଲା ଇକ୍ୟୁଡରର ଲୁସିଆ ଏଲିଜାବେଥ ଭାଲଭେରଡେଙ୍କ ସହ ହୋଇଥିଲା।

ତେବେ ସେ ତାଙ୍କୁ ୪-୦ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲ ମ୍ୟାଚ୍ରେ ଏଲିଜାବେଥ ତାଙ୍କୁ ଟକ୍କର ଦେବାକୁ ଚେଷ୍ଟା କରିଥିଲେ। ହେଲେ ଫୋଗାଟ୍ ତାଙ୍କୁ ଆକ୍ରମଣ କରିବାକୁ କୌଣସି ସୁଯୋଗ ଦେଇ ନଥିଲେ।

ଏହାପୂର୍ବରୁ ଫୋଗାଟ୍ ୟୁକ୍ରେନର କେ ବେରେଜା ଟେକ୍ନିକାଲ ପଏଣ୍ଟ ବଳରେ ୧୦-୦ରେ ହରାଇ ମ୍ୟାଚ୍ ଜିତିଥିଲେ। ସେହିପରି ଚାଇନାର ଲାନ୍ନୁଆନ ଲୁଙ୍କୁ ୧୫-୫ ଓ ସେମି ଫାଇନାଲରେ କ୍ୟୁପାଙ୍ଗଙ୍କୁ ୪-୨ରେ ହରାଇ ଫାଇନାଲ ଟିକେଟ ହାସଲ କରିଥିଲେ।

ଅନ୍ୟପକ୍ଷରେ ଭାରତର ୧୮ ବର୍ଷୀୟ ଅଂଶୁ ମାଲିକ ୫୭ କେଜି ବର୍ଗର ଫାଇନାଲରେ ପରାସ୍ତ ହୋଇଛନ୍ତି। ତେଣୁ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

Related posts

ଏସିଆନ କୁସ୍ତି ଚାମ୍ପିୟନସିପ୍ରେ ଭାରତକୁ ସ୍ୱର୍ଣ୍ଣ ପଦକ

Odisha Sports Bureau

ଏସୀୟ କ୍ରୀଡ଼ା ଟ୍ରାଏଲ୍ସ; ଭାଗନେବେ ବିଭିନ୍ନ ରାଜ୍ୟର କୁସ୍ତିଯୋଦ୍ଧା

ଜାତୀୟ ଚାମ୍ପିୟନଶିପରେ ଖେଳିବେ ନାହିଁ ସୁଶୀଲ

Odisha Sports Bureau