Football

୩ ମାସ ପାଇଁ ନିଲମ୍ବିତ ହେଲେ ମେସି

(ଓଡିଶାସ୍ପୋର୍ଟସ୍): ଫୁଟବଲ ଖେଳାଳି ଲିଓନେଲ ମେସି ୩ ମାସ ପାଇଁ ଅନ୍ତଜାର୍ତୀୟ ମ୍ୟାଚରୁ ନିଲମ୍ବିତ ହୋଇଛନ୍ତି । ସେ ଏକ ପୁରସ୍କାର ଉତ୍ସବକୁ ଦୁର୍ନୀତିର ଉତ୍ସବ କହିଥିବାରୁ ତାଙ୍କୁ ଫୁଟବଲ ସଂସ୍ଥା ନିଲମ୍ବିତ କରିଛି । ନିଲମ୍ବନ ଯୋଗୁ ୩୨ ବର୍ଷୀୟ ମେସି ସେପ୍ଟେମ୍ବରରେ ଚିଲୀ ଓ ମେକ୍ସିକୋ ବିପକ୍ଷ ମ୍ୟାଚରେ ଖେଳି ପାରିବେ ନାହିଁ। ସେହିପରି ଅକ୍ଟୋବର ମାସରେ ଜର୍ମାନୀ ବିପକ୍ଷ ମ୍ୟାଚ୍ ମଧ୍ୟ ସେ ଖେଳିପାରିବେ ନାହିଁ। ଏହା ସହ ୫୦ ହଜାର ଟଙ୍କା ଜୋରିମନା ଦେବାକୁ ପଡ଼ିବ ।
ଅନ୍ୟପକ୍ଷରେ ମେସି ଓ ଆରଜେଣ୍ଟିନା ଚାହିଁଲେ ଏହି ନିଷ୍ପତ୍ତି ବିରୋଧରେ ପୁନଃ ସମୀକ୍ଷା ପାଇଁ ଆବେଦନ କରିପାରିବେ। ଏହି ଦଣ୍ଡାଦେଶ ସମ୍ପର୍କରେ ମେସି କିମ୍ବା ଆରଜେଣ୍ଟିନା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଫୁଟବଲ ଜଗତର କିମ୍ବଦନ୍ତୀ ଖେଳାଳି ଲିଓନେଲ ମେସି ୩ ମାସ ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ରୁ ନିଲମ୍ବିତ ହୋଇଛନ୍ତି। ସେ ଏକ ପୁରସ୍କାର ଉତ୍ସବକୁ ଦୁର୍ନୀତିର ଉତ୍ସବ ବୋଲି କହିଥିବାରୁ ଫୁଟବଲ ସଂସ୍ଥା ଉଙଘଗଋଈଙଖ ମେସିଙ୍କୁ ଦଣ୍ଡ ଦେଇ ୩ ମାସ ପାଇଁ ଆର୍ଜେଣ୍ଟିନା ପକ୍ଷରୁ ସେ ଖେଳି ପାରିବେନି ବୋଲି କହିଛି।
ଏହି ଦକ୍ଷିଣ ଆମେରିକୀୟ ସଂସ୍ଥା ମେସିଙ୍କୁ ୫୦ ହଜାର ଡଲାରର ଜୋରିମାନା ଦେବାକୁ ମଧ୍ୟ କହିଛି। କୋପା ଆମେରିକାରେ ତୃତୀୟ ସ୍ଥାନ ପାଇଁ ଚିଲୀ ବିପକ୍ଷରେ ଆର୍ଜେଣ୍ଟିନା ମ୍ୟାଚ୍ ଖେଳିଥିଲା। ଏହି ମ୍ୟାଚ୍ଟିକୁ ଆର୍ଜେଣ୍ଟିନା ୨-୧ରେ ଜିତି ନେଇଥିଲା। ତେବେ ମେସି ପୁରସ୍କାର ଉତ୍ସବକୁ ବୟକଟ କରିବା ସହ ଏହାକୁ ଦୁର୍ନୀତିର ଉତ୍ସବ ବୋଲି କହିଥିଲେ।
ଅନ୍ୟପକ୍ଷରେ ମେସି ଓ ଆରଜେଣ୍ଟିନା ଚାହିଁଲେ ଏହି ନିଷ୍ପତ୍ତି ବିରୋଧରେ ପୁନଃ ସମୀକ୍ଷା ପାଇଁ ଆବେଦନ କରିପାରିବେ। ଏହି ଦଣ୍ଡାଦେଶ ସମ୍ପର୍କରେ ମେସି କିମ୍ବା ଆରଜେଣ୍ଟିନା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Related posts

ରୋନାଲ୍ଡୋଙ୍କ ୭୦୦ ଗୋଲ ରେକର୍ଡ

Odisha Sports Bureau

ଭାରତୀୟ ସିନିୟର ମହିଳା ଜାତୀୟ ଫୁଟବଲ୍ ଦଳର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚର ଲାଇଭ ଷ୍ଟ୍ରିମିଂ

Odisha Sports Bureau

ଭାରତରେ ପୁରୁଷ ଫିଫା ବିଶ୍ୱକପ ପରେ ମହିଳା ବିଶ୍ୱକପ

Odisha Sports Bureau