Hockey

୭୪ତମ ରାଜ୍ୟ ପୁଲିସ୍ ହକି ଚାମ୍ପିୟନଶିପ ଆରମ୍ଭ

(ଓଡିଶା ସ୍ପୋର୍ଟ): ରାଉରକେଲା ପୁଲିସ୍ ପକ୍ଷରୁ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ୭୪ତମ ରାଜ୍ୟ ପୁଲିସ୍ ହକି ଚାମ୍ପିୟନଶିପ୍ ଆରମ୍ଭ ହୋଇଯାଇଛି। ଏହା ୨୪ ଫେବୃଆରୀ ଯାଏ ଚାଲିବ। ଏହି ଚାମ୍ପିୟନଶିପ୍ରେ ୧୮ଟି ଜିଲ୍ଲାର ପୁଲିସ୍ ଓ ବାଟାଲିୟନର ୩୨୪ ଜଣ ଖେଳାଳି ଭାଗ ନେଇଛନ୍ତି। ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ ଏହି ଚାମ୍ପିୟନଶିପ୍କୁ ଆଜି ଉଦ୍ଘାଟନ କରିଛନ୍ତି।

ରାଉରକେଲା ଏସ୍ପି ଉମାଶଙ୍କର ଦାସ ଏହି ଚାମ୍ପିୟନଶିପର ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ପ୍ରଥମ ମ୍ୟାଚ୍ରେ ରାଉରକେଲା ଜିଲ୍ଲା ପୁଲିସ୍ ପ୍ରତିପକ୍ଷ ଓଏସ୍ଏପି ୩ୟ ବାଟାଲିୟନ(କୋରାପୁଟ)କୁ ୪-୦ରେ ପରାସ୍ତ କରିଛି। ଦ୍ୱିତୀୟ ମ୍ୟାଚ୍ରେ ଓଆଇଏସ୍ଏଫ୍ ଭୁବନେଶ୍ୱର ପ୍ରତିପକ୍ଷ ଓଏସ୍ଏପି ୨ୟ ବାଟାଲିୟନ (ଝାରସୁଗୁଡ଼ା)କୁ ୭-୦ ଗୋଲରେ ପରାସ୍ତ କରିଛି।

ତୃତୀୟ ମ୍ୟାଚ୍ରେ ୯ମ ଆଇଆର ବାଟାଲିୟନ(କଳାହାଣ୍ଡି) ପ୍ରତିପକ୍ଷ କମିଶନରେଟ୍ ପୁଲିସ୍(ଏ)କୁ ୧-୦ରେ ପରାସ୍ତ କରିଛି। ୪ର୍ଥ ମ୍ୟାଚ୍ରେ ଓଏସ୍ଏପି ୮ମ ବାଟାଲିୟନ(ଛତ୍ରପୁର) ଓ ପ୍ରଥମ ଆଇଆର ବାଟାଲିୟନ(କୋରାପୁଟ)କୁ ୨-୧ରେ ପରାସ୍ତ କରିଛି। ଅନ୍ତିମ ତଥା ୫ମ ମ୍ୟାଚ୍ରେ ୪ର୍ଥ ଆଇଆର୍ ବାଟାଲିୟନ(ଦେଓଗଡ଼) ପ୍ରତିପକ୍ଷ କମିଶନରେଟ୍ ପୁଲିସ୍(ବି)କୁ ୫-୦ ଗୋଲରେ ପରାସ୍ତ କରି ବିଜୟୀ ହୋଇଛି।

Related posts

ହକି ଇଣ୍ଡିଆ ଚୟନ କମିଟିରେ ସର୍ଦ୍ଦାର ସିଂହ ସାମିଲ

Odisha Sports Bureau

ଫାଇନାଲରେ ଆଜେଣ୍ଟିନା

Odisha Sports Bureau

ଆଜି କଳିଙ୍ଗରେ କଡ଼ା ଟକ୍କର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ମ୍ୟାଚ

Odisha Sports Bureau