Hockey

୭୪ତମ ରାଜ୍ୟ ପୁଲିସ୍ ହକି ଚାମ୍ପିୟନଶିପ ଆରମ୍ଭ

(ଓଡିଶା ସ୍ପୋର୍ଟ): ରାଉରକେଲା ପୁଲିସ୍ ପକ୍ଷରୁ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ୭୪ତମ ରାଜ୍ୟ ପୁଲିସ୍ ହକି ଚାମ୍ପିୟନଶିପ୍ ଆରମ୍ଭ ହୋଇଯାଇଛି। ଏହା ୨୪ ଫେବୃଆରୀ ଯାଏ ଚାଲିବ। ଏହି ଚାମ୍ପିୟନଶିପ୍ରେ ୧୮ଟି ଜିଲ୍ଲାର ପୁଲିସ୍ ଓ ବାଟାଲିୟନର ୩୨୪ ଜଣ ଖେଳାଳି ଭାଗ ନେଇଛନ୍ତି। ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ ଏହି ଚାମ୍ପିୟନଶିପ୍କୁ ଆଜି ଉଦ୍ଘାଟନ କରିଛନ୍ତି।

ରାଉରକେଲା ଏସ୍ପି ଉମାଶଙ୍କର ଦାସ ଏହି ଚାମ୍ପିୟନଶିପର ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ପ୍ରଥମ ମ୍ୟାଚ୍ରେ ରାଉରକେଲା ଜିଲ୍ଲା ପୁଲିସ୍ ପ୍ରତିପକ୍ଷ ଓଏସ୍ଏପି ୩ୟ ବାଟାଲିୟନ(କୋରାପୁଟ)କୁ ୪-୦ରେ ପରାସ୍ତ କରିଛି। ଦ୍ୱିତୀୟ ମ୍ୟାଚ୍ରେ ଓଆଇଏସ୍ଏଫ୍ ଭୁବନେଶ୍ୱର ପ୍ରତିପକ୍ଷ ଓଏସ୍ଏପି ୨ୟ ବାଟାଲିୟନ (ଝାରସୁଗୁଡ଼ା)କୁ ୭-୦ ଗୋଲରେ ପରାସ୍ତ କରିଛି।

ତୃତୀୟ ମ୍ୟାଚ୍ରେ ୯ମ ଆଇଆର ବାଟାଲିୟନ(କଳାହାଣ୍ଡି) ପ୍ରତିପକ୍ଷ କମିଶନରେଟ୍ ପୁଲିସ୍(ଏ)କୁ ୧-୦ରେ ପରାସ୍ତ କରିଛି। ୪ର୍ଥ ମ୍ୟାଚ୍ରେ ଓଏସ୍ଏପି ୮ମ ବାଟାଲିୟନ(ଛତ୍ରପୁର) ଓ ପ୍ରଥମ ଆଇଆର ବାଟାଲିୟନ(କୋରାପୁଟ)କୁ ୨-୧ରେ ପରାସ୍ତ କରିଛି। ଅନ୍ତିମ ତଥା ୫ମ ମ୍ୟାଚ୍ରେ ୪ର୍ଥ ଆଇଆର୍ ବାଟାଲିୟନ(ଦେଓଗଡ଼) ପ୍ରତିପକ୍ଷ କମିଶନରେଟ୍ ପୁଲିସ୍(ବି)କୁ ୫-୦ ଗୋଲରେ ପରାସ୍ତ କରି ବିଜୟୀ ହୋଇଛି।

Related posts

ପ୍ରଥମ ଓଡିଆ ଭାବେ ହକି ଆନ୍ଥେମ୍ ପ୍ରସ୍ତୁତ କଲେ ପ୍ରେମା ନନ୍ଦ

Odisha Sports Bureau

ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳର ମନୋବଳକୁ ବୃଦ୍ଧି କରିବା ପାଇଁ ହକି ଇଣ୍ଡିଆର ବଡ଼ ଘୋଷଣା

Odisha Sports Bureau

ଚେନ୍ନାଇ, ତାମିଲନାଡୁକୁ ଆଗାମୀ ହିରୋ ଏସୀୟ ଚାମ୍ପିଅନ୍ସ ଟ୍ରଫି 2023 ପାଇଁ ମନୋନିତ କଲା ହକି ଇଣ୍ଡିଆ

Odisha Sports Bureau