Hockey

ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳର ମନୋବଳକୁ ବୃଦ୍ଧି କରିବା ପାଇଁ ହକି ଇଣ୍ଡିଆର ବଡ଼ ଘୋଷଣା

ନୂଆଦିଲ୍ଲୀ: ହକି ଇଣ୍ଡିଆର ବଡ଼ ଘୋଷଣା, ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳର ମନୋବଳକୁ ବୃଦ୍ଧି କରିବା ପାଇଁ ନିଆଯାଇଛି ବଡ ନିଷ୍ପତି | ପ୍ରତ୍ୟେକ ହକି ବିଜୟ ଖେଳାଳିଙ୍କୁ ମିଳିବ ୫୦ ହଜାର ଟଙ୍କା | ଖେଳାଳିମାନଙ୍କୁ ମିଳିବ ବାର୍ଷିକ ନଗଦ ପ୍ରୋତ୍ସାହନ । ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କି ଏବଂ ସେକ୍ରେଟେରୀ ଜେନେରାଲ ଭୋଲନାଥ ସିଂଙ୍କ ନେତୃତ୍ୱରେ ହକି ଇଣ୍ଡିଆ ଖେଳାଳିଙ୍କୁ ପ୍ରତ୍ୟେକ ବିଜୟ ପାଇଁ ୫୦ ହଜାର ଟଙ୍କା ଏବଂ ସହାୟତା କର୍ମଚାରୀଙ୍କ ପାଇଁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ। ଏହି ସହାୟତା ଆର୍ଥିକ ସ୍ଥିତି ଖରାପ ଥିବା ଖେଳାଳିଙ୍କୁ ସହାୟକ ହେବ ।

ଦିଲୀପ ତିର୍କି କହିଛନ୍ତି ଯେ ହକି ଇଣ୍ଡିଆର ସର୍ବସମ୍ମତି କ୍ରମେ ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳର ଖେଳାଳିଙ୍କୁ ପ୍ରତ୍ୟେକ ବିଜୟ ପାଇଁ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଏକ ସପ୍ତାହ ପୂର୍ବରୁ ହକି ଇଣ୍ଡିଆ ଭାରତୀୟ ଜୁନିୟର ପୁରୁଷ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ଜୋହର କପ୍‌ରେ ସଫଳତା ପାଇଁ ଦୁଇ ଲକ୍ଷ ଟଙ୍କା ଏବଂ ସପୋର୍ଟ ଷ୍ଟାଫଙ୍କ ପାଇଁ ଏକ ଲକ୍ଷ ଟଙ୍କା ଘୋଷଣା କରିଥିଲା ।

ଏହି ନଗଦ ପ୍ରୋତ୍ସାହନ ପ୍ରତିବର୍ଷ ପ୍ରଦାନ କରାଯିବ। ଏହି ଘୋଷଣା ଜାନୁଆରୀରେ ହେବାକୁ ଥିବା ବିଶ୍ୱକପ ଏବଂ ଏସିଆନ ଗେମ୍ସ ପାଇଁ ପ୍ରସ୍ତୁତ ହେଉଥିବା ଭାରତୀୟ ଦଳର ମନୋବଳ ବୃଦ୍ଧି କରିବ। ଏହି ନିଷ୍ପତ୍ତି ଭାରତୀୟ ଦଳର ବିଜୟ ପାଇଁ କଠିନ ପରିଶ୍ରମ କରୁଥିବା ଯୁବ ହକି ଖେଳାଳିଙ୍କୁ ପ୍ରୋତ୍ସାହିତ କରିବ।

Related posts

୨୦୨୩ ହକି ବିଶ୍ୱକପ ପାଇଁ ରାଉରକେଲାରେ ପ୍ରସ୍ତୁତି ଜୋରଦାର

Odisha Sports Bureau

ହିରୋ ହକି ଇଣ୍ଡିଆ ଲିଗ୍ ମ୍ୟାଚକୁ ଦେଖିବାକୁ ଆବଶ୍ୟକତା ନାହିଁ ପାସ୍ ଓ ଟିକେଟର

Odisha Sports Bureau

ପୁରୁଷ ହକି ପ୍ରତିଯୋଗିତାରେ ରାଉରକେଲା ଚମ୍ପିଆନ

Odisha Sports Bureau