Cricket

ବର୍ଷା ବିଗାଡି ଦେଲା ଭାରତ ଓ ଆୟର୍ଲାଣ୍ଡ ମାଧ୍ୟରେ ଥିବା ତୃତୀୟ T- ୨୦ ମ୍ୟାଚ

ବ୍ୟୁରୋ: ବର୍ଷା ବିଗାଡି ଦେଲା ଭାରତ ଓ ଆୟର୍ଲାଣ୍ଡ ମାଧ୍ୟରେ ଥିôବା ତୃତୀୟ ଟ୍ୱେଣ୍ଟି- ୨୦ ମ୍ୟାଚ । ଗତ କାଲି ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବର୍ଷା କାରଣରୁ ବାତିଲ କରାଯାଇଛି । ଦିନସାରା ବର୍ଷା ଲାଗିରହିଥିବାରୁ ପିଚରୁ କଭର ହଟାଯାଇପାରିନଥିଲା ଫଳରେ ମ୍ୟାଚ ଟିକୁ ସ୍ତଗିତ କରାଯାଇଥିଲା । ପରବର୍ତ୍ତି ସମୟରେ ଅମ୍ପାୟାର ପଡିଆ ସ୍ଥିତି ଯାଞ୍ଚ କରିବା ପରେ ମ୍ୟାଚ ଟିକୁ ବାତିଲ ଘୋଷଣା କରିଥିଲେ । ଏହି ଟ୍ୱେଣ୍ଟି-୨୦ ମ୍ୟାଚରେ ଭାରତ ପ୍ରଥମ ୨ଟି ମ୍ୟାଚ ଜିତି ଆଗୁଆ ଶୃଙ୍ଖଳା ଜିତି ସାରିଥିଲା । ବର୍ଷା ବାଧାପ୍ରାପ୍ତ ପ୍ରଥମ ମ୍ୟାଚ୍କୁ ୨ ରନ୍ରେ ଜିତିଥିଲା ବେଳେ ଦ୍ବିତୀୟକୁ ଭାରତ ୩୩ ରନ୍ରେ ବିଜୟୀ ହୋଇଥିଲା। ଏହାଫଳରେ ପ୍ରଥମ ଥର ଦଳର ନେତୃତ୍ବ ନେଉଥିବା ତଥା ଆହତରୁ ଫେରିଥିବା ଯଶପ୍ରୀତ୍ ବୁମ୍ରାଙ୍କ ପାଇଁ ଏହା ପ୍ରଥମ ଶୃଙ୍ଖଳା ବିଜୟ ହୋଇପାରିଛି। ବୁମରା ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହାପରଠୁ ଭାରତୀୟ ଦଳ ୩୦ ତାରିଖରୁ ଶ୍ରୀଲଙ୍କାରେ ଏସିଆ କପ୍ ଅଭିଯାନ ଆରମ୍ଭ କରିବ ବୋଲି କୁହାଯାଉଛି ।

Related posts

୯ ଓକ୍ୱିକେଟରେ ଅଷ୍ଟ୍ରେଲିଆ ଠାରୁ ହାରିଲା ଭାରତ, ଭାରତର ସବୁ ବ୍ୟାଟର ଫେଲ୍, ଏକାକୀ ଘାଇଳା କଲେ ଲାୟନ

Odisha Sports Bureau

ବଦଳିବ ଆଇପିଏଲର ରୂପରେଖ

Odisha Sports Bureau

ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ହରାଇଛି ଲକ୍ଷ୍ନୌ ସୁପରଜାୟାଣ୍ଟସ

Odisha Sports Bureau