Football

ଓଡ଼ିଶାରେ ବଣ୍ଟନ ହେବ ୪୩ହଜାର ଫୁଟବଲ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର( ହରପ୍ରସାଦ ବିଶୋଇ): ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଫୁଟବଲ ଫର ଅଲ ଉଦଘାଟନ କରିଛନ୍ତି । ଓଡ଼ିଶାରେ ଫୁଟବଲର ମୁଳଦୁଆ ପକାଇବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନେଇଛନ୍ତି ନବୀନ । କିଟ୍ ଓ କିସ୍ର ସହଭାଗିତା ରେ ଫିଫା ଏହି ପ୍ରୋଗ୍ରାମ ଓଡ଼ିଶାରେ ଆରମ୍ଭ କରିବାକୁ ଯାଉଛି । ତେବେ ୪୩ ହଜାର ଫୁଟବଲ ପିଲାମାନଙ୍କୁ ୨୦୦୦ ବିଦ୍ୟାଳୟରେ ବଣ୍ଟନ କରାଯିବ । ଦେଖିବାକୁ ଗଲେ ଏହି ପୋଗ୍ରାମଟ ଭାରତରେ ପ୍ରଥମ ଥର ଫୁଟବଲ ପ୍ରମୋଶନ ପାଇଁ ପିଲାମାନଙ୍କ ଭିତରେ ବଣ୍ଟା ଯାଉଛି ।

ଏହିପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଫୁଟବଲ ହେଉଛି ଏକ ଲୋକପ୍ରିୟ ଖେଳ । ଏହି ପୋଗ୍ରାମ ଦ୍ୱାରା ସାରା ବିଶ୍ୱ ଏକାଠି ହୋଇପାରିବ । ଆଶା କରାଯାଉଛି , ଏହି ସହଭାଗିତା ଓ ଶୁଭାରମ୍ଭ ଫୁଟବଲ ଆଗକୁ ବିକାଶ ମୂଳକ କ୍ଷେତ୍ରରେ ସହାୟ କରିପାରିବ । ଆମେ ଆଶା ଫୁଟବଲ ଖେଳ ସହ ଝିଅ ମାନଙ୍କ ଫୁଟବଲ ଖେଳକୁ ଅଧିକ ପ୍ରାଧାନ୍ୟ ଦେଉଅଛୁ । ପୁଣି ସେ କହିଛନ୍ତି, ଆମ ପାଖରେ ବହୁ ସୁବିଧା ଅଛି ଫୁଟବଟ ଖେଳ ପାଇଁ କିପରି କୋଚିଙ୍ଗ ଦିଆଯିବ । ଓଡ଼ିଶାରେ ଫିଫା ଟ-୧୭ ମହିଳା ବିଶ୍ୱକପ୍ ଆୟୋଜନ ଏକ ଗର୍ବର ମୁହୂର୍ତ୍ତ । ଏହାଦ୍ୱାରା ଓଡ଼ିଶାରେ ଫୁଟବଲର ବିକାଶ ହୋଇପାରିବ । ଓଡିଶାରେ ବିଶ୍ୱକପ୍ ଆୟୋଜନ କରିଥିବାରୁ ଫିଫାକୁ ଧନ୍ୟବାଦ । ଭବିଷ୍ୟତରେ ଫିଫା ସହ ମିଳିତ ଭାବରେ କାର୍ଯ୍ୟ କରିବାକୁ ଆଗ୍ରହ ରଖିଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ଆନନ୍ଦର ସହ ଏହି ପ୍ରୋଗ୍ରାମର ଉଦଘାଟନ କରିଥିଲେ । ଏବଂ କିଟ୍-କିସ୍ ର ଡା . ଅଚ୍ୟୁତ ନନ୍ଦଙ୍କୁ ପ୍ରଶଂସା କରିଛନ୍ତି ଏହିପରି ଉନ୍ନତିମୂଲକ କାମ ପାଇଁ । ୟୁନିଟ୍-୯ ଓ କ୍ୟାପିଟାଲ ହାଇସ୍କୁଲ ପିଲାଙ୍କୁ ଫୁଟବଲ୍ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗଦେଇଥିଲେ । କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରତ୍ୟେକ୍ଷ ଭାବେ ପିଲାମାନଙ୍କୁ ପୁଟବଲ ବଣ୍ଟନ କରିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ ଏବଂ ଅନ୍ୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଭର୍ଚ୍ଚୁଆଲ ମୋଡରେ ସାମିଲ ହୋଇଥିଲେ ।

Related posts

ଫୁଟବଲ ଖେଳାଳି ପର୍ତୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋଙ୍କ ଭାରତରେ ଆସି ଖେଳିବାର ସମ୍ଭାବନା ରହିଛି

Odisha Sports Bureau

ଓଡିଶାରେ ଆୟୋଜିତ ହେବାକୁ ଯାଉଛି ଇଣ୍ଟରକଣ୍ଟିନେଣ୍ଟାଲ କପ୍ ୨୦୨୩

ଜାତୀୟ ମହିଳା ଫୁଟବଲ ପାଇଁ ଓଡ଼ିଶା ଦଳ

Odisha Sports Bureau