Cricket

ବିରାଟଙ୍କ ନୂଆ ରେକର୍ଡ଼ ୧୦ ହଜାର ରନ କ୍ଲବ୍ ରେ ସାମିଲ ହେଲେ ବିରାଟ

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ତାଙ୍କର ପ୍ରେିୟ ଖେଳାଳୀ ବିରାଟ ନିଜର ଫ୍ୟାନ୍ ମାନଙ୍କୁ ଭେଟି ଦେଇଛନ୍ତି ଆଊ ଏକ ନୂତନ ରେକର୍ଡ଼ । ରେକର୍ଡ଼ ପରେ ରେକର୍ଡ଼ କରିଚାଲିଛନ୍ତି ବିରାଟ । ନିଜ ବ୍ୟାଟିଙ୍ଗ୍ ଅନ୍ଦାଜରେ ଯାଦୁ ଦେଖାଇଛନ୍ତି ସେ । ଟିମ୍‌ ଇଣ୍ଡିଆର ରନ୍‌ ମେସିନ୍‌ ତଥା ଅଧିନାୟକ ବିରାଟ୍‌ କୋହଲି ଗୋଟିଏ ପରେ ଗୋଟିଏ ଅନ୍ତର୍ଜାତୀୟ ରେକର୍ଡ କରିଚାଲିଛନ୍ତି। । କ୍ରିକେଟ ଜଗତରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ବିରାଟ କୋହଲି । ଦିନିକିଆ କ୍ରିକେଟରେ ୧୦ ହଜାର ରନ ପୂରଣ କରିଛନ୍ତି କୋହଲି । ଦିନିକିଆରେ ୨୦୫ଟି ଇଂନିସରେ କୋହଲି ଏହି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ବିଶ୍ୱର ଦ୍ରୁତତମ ୧୦ ହଜାର ରନ୍ ସ୍କୋରର ହୋଇଛନ୍ତି ବିରାଟ । ଏହା ସହ ପଞ୍ଚମ ଭାରତୀୟ ଭାବେ ୧୦ ହଜାର ରନ କ୍ଲବରେ ସାମିଲ ହୋଇଛନ୍ତି ଯୁବ ତାରକା ବିରାଟ କୋହଲି ।

ବିରାଟଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ ଏବଂ ମହେନ୍ଦ୍ର ସିଂହ ଧୋନୀ ଦିନିକିଆ କ୍ରିକେଟରେ ୧୦ ହଜାର ରନ୍ କରି ସାରିଛନ୍ତି । ତେବେ ବିରାଟଙ୍କୁ ରନ୍ ମେସିନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ସହ ଦିନିକିଆରେ ଆଉ ଏକ ବ୍ୟାଟିଂ କୀର୍ତ୍ତିମାନକୁ ଭାଙ୍ଗିଛନ୍ତି କୋହଲି ।କ୍ରିକେଟ ଜଗତରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ।

Related posts

ପୁମାର ବ୍ରାଣ୍ଡ ଆମ୍ବାସଡର ହେଲେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମୀ

Odisha Sports Bureau

ଭାରତ ଆଗରେ ୨୧୬ରନର ବିଜୟ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା

Odisha Sports Bureau

ଆଫଗାନିସ୍ତାନ ଦିନିକିଆ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…