Cricket

ବିରାଟଙ୍କ ନୂଆ ରେକର୍ଡ଼ ନେଇ ତାଙ୍କୁ ଅଭିନୟ ଊପାୟରେ ଶୁଭେଚ୍ଛା ଜଣାଇଲା ମୁମ୍ବାଇ ପୋଲିସ

(ରିପୋର୍ଟସ ଟୁଡ଼େ): ବିରାଟଙ୍କ ନୂଆ ରେକର୍ଡ଼ ପାଇଁ ଚାରିଆଡ଼ୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ୧୦ ହଜାର କ୍ଲବ ରନ୍ରେ ସାମିଲ ହୋଇ ଫ୍ୟାନ୍ ମାନଙ୍କୁ ଏକ ନୂଆ ରେକର୍ଡ଼ ଭେଟି ଦେଇଛନ୍ତି । ମ୍ୟାଚରେ ଧୂଆଁଧାର ବ୍ୟାଟିଙ୍ଗ କରି ସମସ୍ତଙ୍କୁ ଚମକାଇ ଦେଇଥିଲ । ଏହି ବିଜୟ ସ୍ୱରୂପକୁ ମୁମ୍ବାଇ ପୋଲିସ ଏକ ନିଆରା ଢଙ୍ଗରେ ପାଳନ କରିଛି । ମୁମ୍ବାଇ ପୁଲିସ୍‌ ଟ୍ୱିଟର ହ୍ୟାଣ୍ଡଲର୍‌ ଘୋଷଣା କରି କହିଛି, “ଏଥର ଓଭର-ସ୍ପିଡିଂ ପାଇଁ ଚାଲାଣ କଟାଯାଇପାରିବନି। ଏଭଳି ଆହୁରି ଦ୍ରୁତଗତିରେ ମାଡ଼ିଯିବାପାଇଁ କେବଳ ପ୍ରଶଂସା ଏବଂ ଅଭିନନ୍ଦନ।”ଏହି ଟ୍ୱିଟ୍‌ ତୁରନ୍ତ ଭାଇରାଲ ହୋଇଯାଇଥିଲା। ଏହାକୁ ୪୫୩ ଜଣ ରିଟ୍ୱିଟ୍‌ କରିଥିବାବେଳେ ୨୬୦୦ ଜଣ ଏହାକୁ ଲାଇକ୍‌ କରିସାରିଲେଣି।

ବୁଧବାର ୱେଷ୍ଟଇଣ୍ଡିଜ୍‌ ସହିତ ଦ୍ୱିତୀୟ ଦିନିକିଆରେ ଧୂଆଁଧାର ଇନିଂସ ସହିତ ଏକାଥରେ ଅନେକ ରେକର୍ଡ ନିଜ ନାମରେ ଲିପିବଦ୍ଧ କରିଛନ୍ତି। ଏଥିସହିତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ୧୦ ହଜାର ଦିନିକଆ ସ୍କୋର କରିବାରେ ଦ୍ରୁତତମ ବ୍ୟାଟ୍‌ସମ୍ୟାନ୍‌ ହୋଇପାରିଛନ୍ତି। ଆଉ ଏହି ଇନିଂସ୍‌ର ତାଙ୍କର ୩୭ତମ ଶତକ ମଧ୍ୟ ବେଶ୍‌ ସ୍ମରଣୀୟ ହୋଇ ରହିବ। କିନ୍ତୁ ବିରାଟ ଏପରି ଇନିଂସ୍‌ ଖେଳିବା ପରେ ତାଙ୍କ ବିଷୟରେ ଅଭିନବ ଘୋଷଣା କରିଛି ମୁମ୍ବାଇ ପୁଲିସ୍‌। ଦ୍ରୁତଗତିରେ ଡ୍ରାଇଭିଂ ଏବଂ ଅନ୍ୟାନ୍ୟ ସଡ଼କ ସୁରକ୍ଷା ଅଭିଯାନ ପାଇଁ ପ୍ରସିଦ୍ଧ ମୁମ୍ବାଇ ପୁଲିସ୍‌ ଟ୍ୱିଟର ହ୍ୟାଣ୍ଡଲର୍‌ ଘୋଷଣା କରି କହିଛି ।

ସୂଚନାଯୋଗ୍ୟ ଯେ, ସଚିନ୍‌ ଦିନିକିଆର ୨୫୯ଟି ଇନିଂସ୍‌ରେ ୧୦ ହଜାର ରନ୍‌ କରିଥିବା ବେଳେ ବିରାଟ୍‌ ଏଭଳି ରେକର୍ଡ ୧୦ ହଜାର ରନ୍‌ ହାସଲ କରିବାପାଇଁ ମାତ୍ର ୨୦୫ଟି ଇନିଂସ୍‌ ଖେଳିଛନ୍ତି। ଅର୍ଥାତ ବିରାଟ୍‌ ସଚିନ୍‌ଙ୍କ ଠାରୁ ୫୪ଟି ଇନିଂସ୍‌ ପୂର୍ବରୁ ଏଭଳି ବିଶ୍ୱ ରେକର୍ଡ କରିଛନ୍ତି।

Related posts

କିକ୍ରେଟରଙ୍କ ଡ଼ୋପ ଟେଷ୍ଟ ପାଇଁ ନାଡ଼ାକୁ ସହମତି ପ୍ରଦାନ କଲା ବିସିସିଆଇ

Odisha Sports Bureau

ଧୋନି ଏବଂ କୋହଲିଙ୍କ ପତ୍ନୀ ପିଲାଦିନର ବନ୍ଧୁ

ଓଡିଆ ଖେଳାଳିଙ୍କ ଉପରେ ଧୋନୀଙ୍କ ନଜର 

Odisha Sports Bureau