Cricket

ଧୋନି ଏବଂ କୋହଲିଙ୍କ ପତ୍ନୀ ପିଲାଦିନର ବନ୍ଧୁ

ଅହମ୍ମଦାବାଦ୍: ଆଇପିଏଲର ଫାଇନାଲ୍ ମ୍ୟାଚରେ ଚେନ୍ନାଇ ସୁପର୍କିଙ୍ଗ୍ସ ଜିତିବା ପରେ ସୋସିଆଲ୍ ମିଡିଆରେ ଧୋନି ଏବଂ ତାଙ୍କ ଟିମଙ୍କୁ ପ୍ରଶଂସକମାନେ ଶୁଭେଚ୍ଛା ଦେଇ ଚାଲିଛନ୍ତି। କେବଳ ଧୋନି ନୁହଁନ୍ତି, ତାଙ୍କ ପତ୍ନୀ ସାକ୍ଷୀ ଏବଂ ଝିଅ ଜିଭା ମଧ୍ୟ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛନ୍ତି। ତେବେ ସାକ୍ଷୀଙ୍କର ଅନେକ ଫଟୋ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁଥିବା ବେଳେ ତାଙ୍କର ପିଲାଦିନର ଏକ ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି। ଯେଉଁ ଫଟୋରେ ସାକ୍ଷୀଙ୍କ ସହ ଅନ୍ୟ ଜଣେ କ୍ରିକେଟର୍ଙ୍କ ପତ୍ନୀଙ୍କୁ ବି ଦେଖିବାକୁ ମିଳିଛି। ତେବେ ସେ ଆଉ କେହି ନୁହନ୍ତି, ଅଭିନେତ୍ରୀ ଅନୁଷ୍କା ଶର୍ମା ଅଟନ୍ତି । କ୍ରିକେଟର୍ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କାଙ୍କୁ ସାକ୍ଷୀଙ୍କ ବ୍ୟାଚ୍ ଫଟୋରେ ଦେଖିବା ପରେ ସେ ଦୁହେଁ ଗୋଟିଏ ସ୍କୁଲରେ ସାଥୀ ହୋଇ ପଢୁଥିଲେ ବୋଲି ସ୍ପଷ୍ଟ ହୋଇଛି। ତେବେ ଧୋନି ଓ କୋହଲିଙ୍କ ପତ୍ନୀ ପିଲାଦିନର ବନ୍ଧୁ ବୋଲି ଜାଣିବା ପରେ ପ୍ରଶଂସକମାନେ ଆହୁରି ଖୁସି ହୋଇଛନ୍ତି। ଅନୁଷ୍କା ଓ ସାକ୍ଷୀ ଆସାମର ସେଣ୍ଟ୍ ମ୍ୟାରି ସ୍କୁଲ୍ରେ ସାଙ୍ଗ ହୋଇ ପଢୁଥିଲେ। ୨୦୧୦ ମସିହାରେ ସାକ୍ଷୀ ଧୋନିଙ୍କୁ ବିବାହ କରିଥିବା ବେଳେ ଅନୁଷ୍କା ୨୦୧୭ ମସିହାରରେ ବିରାଟଙ୍କୁ ବିବାହ କରିଥିଲେ ।

Related posts

ଆଜିର ମ୍ୟାଚକୁ ନେଇ ବିସିସିଆଇର କଡା ନିଷ୍ପତ୍ତି

Odisha Sports Bureau

ଭାରତ- ବାଂଲାଦେଶ ମଧ୍ୟରେ ଦୃଷ୍ଟିହୀନ ବିଶ୍ବକପ ଟି-ଟ୍ବେଣ୍ଟି ମ୍ୟାଚ ବାରବାଟୀ ଷ୍ଟାଡିୟମରେ

Odisha Sports Bureau

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳିବେନି କେ.ଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା

Odisha Sports Bureau