Cricket

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳିବେନି କେ.ଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା

ମୁମ୍ବାଇ: ଭାରତୀୟ ଦଳକୁ ବଡ ଝଟକା । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳିବେନି କେ. ଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା । ଆହ ତାରଣ ରୁ ଏହି ୨ ଖେଳାଳୀଙ୍କୁ ମ୍ୟାଚରୁ ବାଦ ପଡିଛନ୍ତି । ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ରାହୁଲ ୮୬ ଓ ଜାଡେଜା ୮୭ ରନ ଇନିଂସ ଖେଳିଥିଲେ । ତେବେ ଏନେଇ ବିସିସିଆଇ କହିଛି ଯେ ଜାଡେଜା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ୪ର୍ଥ ଦିନରେ ମାଂସପେଶୀ ଜନିତ ସମସ୍ୟାରେ ପିଡିତଥିଲେ । ସେହିପରି ରାହୁଲଙ୍କ ଡାହାଣ ପଟ ଜଙ୍ଘରେ ସମସ୍ୟା ଅନୁଭବ କରୁଛନ୍ତି । ତେଣୁ ଉଭୟଙ୍କୁ ଏବେ ବିଶ୍ରାମର ଆବଶ୍ୟକ ରହିଛି । ତେଣୁ ସେମାନଙ୍କୁ ଫେବୃଆରୀ ୨ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ ଦିଆଯାଇଛି । ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟେ ମ୍ୟାଚରେ ଭାରତକୁ ୨୮ ରନରେ ପରାସ୍ତ କରିଥିଲା ଇଂଲଣ୍ଡ ।

Related posts

୬ ଓ୍ଵିକେଟରେ ୱେଷ୍ଟଇଣ୍ଡିଜ୍ ଜିତିଲା ଦ୍ୱିତୀୟ ଦିନିକିଆ ମ୍ୟାଚ୍

ପଞ୍ଜାବ କିଙ୍ଗସକୁ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ

ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ : ଆଜିଠୁ ଅନଲାଇନ ଟିକେଟ୍ ବିକ୍ରି

Odisha Sports Bureau