Cricket

ରଣଜୀ ଟ୍ରଫିରେ ଓଡିଶାର ବଡ ବିଜୟ

ନୂଆଦିଲ୍ଲୀ: ପ୍ରଥମ ଇନିଂରେ ପଛୁଆ ରହିଥିବା ଓଡିଶା ଏବେ ହିମାଚଳ ପ୍ରଦେଶ ବିପକ୍ଷରେ ହାସଲ କରିଛି ବଡ ବିଜୟ । କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ହିମାଚଳ ପ୍ରଦେଶ ବିପକ୍ଷ ଏଲିଟ ଗ୍ରୁପ୍ ‘ଡି’ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା କୁ ମିଳିଛି ଏହି ବଡ ସଫଳତା । ଦ୍ୱିତୀୟ ଇନସିଂରେ ସନ୍ଦୀପ ପଟ୍ଟନାୟକଙ୍କ ଶତକ ବଳରେ ଓଡ଼ିଶା ହିମାଚଳ ଆଗରେ ବଡ଼ ବିଜୟ ଲକ୍ଷ୍ୟ ଛିଡ଼ା କରିଥିଲା। ୩୮୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦ୍ୱିତୀୟ ଇନିଂସରେ ହିମାଚଳ ପ୍ରଦେଶ ମାତ୍ର ୧୪୯ ରନରେ ଅଲଆଉଟ ହୋଇଯାଇଥିଲା। ହିମାଚଳ ପାଇଁ ପ୍ରଶାନ୍ତ ଚୋପ୍ରା ସର୍ବାଧିକ ୫୭ ରନ୍ ସ୍କୋର କରିଥିଲେ। ଅନ୍ୟପଟେ ଓଡ଼ିଶା ପାଇଁ ସଫଳ ବୋଲର ଭାବେ ରାଜେଶ ମହାନ୍ତି ୫ ଉଇକେଟ ପାଇଥିଲେ। ତାଙ୍କ ବ୍ୟତୀତ ବିପ୍ଳବ ସାମନ୍ତରାୟଙ୍କୁ ଦୁଇଟି, ଦେବବ୍ରତ ପ୍ରଧାନ, ସୁନୀଲ ରାଉଳ ଏବଂ ହର୍ଷିତ ରାଠୋରଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା।

Related posts

ଆଇପିଏଲରୁ ବାଦ ପଡିଲେ କେ ଏଲ ରାହୁଲ

ରିଷଭଙ୍କ ଫ୍ୟାନକୁ ଝଟକା,WTC ପରେ ଏବେ ଏସିଆ କପ୍ ଓ ବିଶ୍ୱକପରୁ ବାଦ ପଡିଛନ୍ତି

Odisha Sports Bureau

ମହିଳା ଟି -୨୦ ବିଶ୍ୱକପ୍: ଭାରତ – ଆୟରଲାଣ୍ଡ ମୁକାବିଲା ଆଜି

Odisha Sports Bureau