Cricket

ମହିଳା ଟି -୨୦ ବିଶ୍ୱକପ୍: ଭାରତ – ଆୟରଲାଣ୍ଡ ମୁକାବିଲା ଆଜି

ଆଇସିସି ମହିଳା ଟି ୨୦ ବିଶ୍ୱକପ୍ ରେ ଆଜି ଭାରତର ମୁକାବିଲା ଆୟର୍ଲାାଣ୍ଡ ସହ ହେବ । ଗ୍ରୁପ୍ ବିର ଏହି ମ୍ୟାଚ୍ ଜିତି ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ଭାରତୀୟ ଦଳ ପୁର୍ବରୁ ଖେଳିଥିବା ୨ ଟି ଯାକ ମ୍ୟାଚ୍ରେ ବିଜୟୀ ହୋଇଛି । ଭାରତ ପାରମ୍ପରିକ ପ୍ରତିିଦ୍ୱନ୍ଦ୍ୱୀ ପାକିସ୍ତାନ ଓ ନ୍ୟୁଜିଲାଣ୍ଣ ବିପକ୍ଷରେ ବିଜୟୀ ହୋଇଥିବାରୁ ଅପେକ୍ଷାକୃତ ଦୁର୍ବଳ ଆୟର୍ଲାଣ୍ଡକୁ ସହଜରେ ପରାସ୍ତ କାରିବ ବୋଲି ଆଶା ରହିଛି । ଅନ୍ୟପକ୍ଷରେ ଆୟଲାଣ୍ଡ ଅଷ୍ଟେଲିଆ ଓ ପାକିସ୍ତାନ ଠାରୁ ପରାସ୍ତ ହୋଇସାରିଛି । ଭାରତୀୟ ଦଳର ଅଧିନାୟକ ହରମନ୍ପ୍ରୀତ କୌର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ଶତକ ହାସଲ କରିଥିବାରୁ ସେ ଆୟଲାଣ୍ଡ ବିପକ୍ଷ ମ୍ୟାଚ୍ରେ ବଡ଼ ସ୍କାର କରିବେ ବୋଲି ଆଶା ରହିଛି । ଆର୍ୟଲାଣ୍ଡ ବିପକ୍ଷରେ ଭାରତକୁ ଫେଭରେଟ ବୋଲି ବିଚିାର କରାଯାଉଥିଲେ ମଧ୍ୟ ଏହି ମ୍ୟାଚ୍ ହାଲୁକା ଭାବେ ଗ୍ରହଣ କରିବା ଭାରତ ପାଇଁ କ୍ଷେତିକାରକ ସାବ୍ୟସ୍ତ ହୋଇପାରେ ।

ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ବରିଷ୍ଠ ଖେଳାଳି ମିତାଲି ରାଜ୍ ଭଲ ପ୍ରଦର୍ଶନ କରିଥିବାରୁ ଆୟର୍ଲଣ୍ଡ ବିପକ୍ଷ ମ୍ୟାଚରେ ତାଙ୍କ ଠାରୁ ସମାନପ୍ରକାର ପ୍ରଦର୍ଶନ ଆଶା କାରିବ ଭାରତ । ଆୟର୍ଲାଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ସ୍କୃତି ମାନ୍ଧାନା ଓ ଦେବା କ୍ରିଷ୍ଣମୂତ୍ତର୍ତ୍ତି ନିଶ୍ଚିତ ଭାବେ ପ୍ରୟାସ କରିବେ । ଭାରତୀୟ ଅଫସ୍ପିନର ହେମଲତା ଓ ଲେଗ୍ ସ୍ପିନର ପୁନମ ଯାଦବ ମିଳିତ ଭାବେ ଗତ ସୁଇଟି ମାଚରୁ ୧୦ ଟି ୱିକେଟ୍ ଅକ୍ତିଆର କରିଥିବାରୁ ଆୟର୍ଲାଣ୍ଡ ବିପକ୍ଷରେ ଏହି ଦୁଇ ବୋଲର ନିଜ ପ୍ରଦର୍ଶନ ବଳରେ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୁମିକା ଗ୍ରହଣ କାରିବେ ବୋଲି ଆଶା କରାଯାଉଛି ।

Related posts

ଟି-୨୦ରେ ପରାସ୍ତ ହେବା ସହ ୨-୧ରେ ସିରିଜ ହାରିଲା ଟିମ ଇଣ୍ଡିଆ

Odisha Sports Bureau

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ବଡ ଝଟକା: ରିସି ଟପ୍‌ଲେ ଆଘାତପ୍ରାପ୍ତ

ଉମ୍ରାନ ମଲିକଙ୍କୁ ଅସମ୍ମାନ କରିଛନ୍ତି ପାକିସ୍ତାନର ପୂର୍ବତନ ଖେଳାଳି ସୋହାଲି ଖାନ

Odisha Sports Bureau