Cricket

ନ୍ୟୁଜିଲାଣ୍ଡ ବିରୋଧରେ ଶୁଭମନଙ୍କ ବିସ୍ଫୋରକ ଦ୍ବିଶତକ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଦିନିକିଆ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଏକ ନିଆରା ରେକର୍ଡ କରିଛନ୍ତି । ଗିଲ ଲଗାତର ୩ଟି ଛକ୍କା ମାରି ଏହି ସଫଳତା ହାସଲ କରିଛନ୍ତି । ଗିଲ ୧୪୫ଟି ବଲରେ ଦ୍ୱିଶତକ ପୁରଣ କରିଛନ୍ତି । ଦ୍ୱିତୀୟ ଶତକ କରିଥିବା ଭାରତୀୟ ଖେଳାଳୀଙ୍କ ମଧ୍ୟରେ ୫ମ ଖେଳାଳୀ ଭାବେ ଗିଲ ଏହି ସଫଳତା ହାସଲ କରିଛନ୍ତି । ସେ ଦ୍ୱିଶତକ ପୁରଣ କରିବା ପରେ ଆଉଟ ହୋଇଛନ୍ତି ।

ରୋହିତ ଶର୍ମା ୩୪ ରନ କରି ଆଉଟ ହୋଇଥିଲେ ବି ଅନ୍ୟପଟେ ଗିଲଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରହିଥିଲା । ମାତ୍ର ବିରାଟ କୋହଲି, ଇଶାନ କିଷନ ଶସ୍ତାରେ ଆଉଟ ହୋଇଯାଇଥିଲେ । ସୂର୍ଯ୍ୟକୁମାର ମଧ୍ୟ ୩୧ରନ କରି ଆଉଟ ହୋଇଥିଲେ । ଗୋଟିଏ ପଟେ ଓ୍ବିକେଟ ପଡ଼ିଚାଲିଥିବା ସତ୍ତ୍ବେ ଗିଲ୍ ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖି ଶତକ ପୂରଣ କରିଥିଲେ । ଶତକ ପୂରଣ କରିବା ପରେ ବି ତାଙ୍କ ରନ ଭୋକ ମେଣ୍ଟିପାରିନଥିଲା । ସେ ଆହୁରି ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଦେଇଥିଲେ । ସେ ୯ଟି ଛକା ଓ ୧୯ଟି ଚୌକା ସହ ୨୦୮ ରନ କରିଥିଲେ । ସେ ୫୦ତମ ଓଭରରେ ସିପଲେଙ୍କ ବଲରେ ଆଉଟ ହୋଇଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୩୪୯ ରନ କରିଥିଲା ।

Related posts

ଭାରତ ସମ୍ମାନରେ ୧୫୯ ରନର ବିଜୟ ଲକ୍ଷ୍ୟ

Odisha Sports Bureau

ପ୍ରଶଂସକଙ୍କୁ ଦେଶ ଛାଡ଼ି ଚାଲି ଯିବା ପ୍ରସଙ୍ଗରେ ବିରାଟଙ୍କୁ ସିଦ୍ଧୁଙ୍କ କଡ଼ା ଯବାବ୍

Odisha Sports Bureau

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭ୍ୟାସ ସେଶନର ଏକ ମଜାଦାର ଭିଡିଓ

Odisha Sports Bureau