Cricket

ବିଶ୍ବକପ୍ ପରେ ହାର୍ଦ୍ଦିକଙ୍କୁ ମିଳିବ ଦିନିକିଆ ଦଳର ନେତୃତ୍ବ !

ମୁମ୍ବାଇ : ଚଳିତ ବର୍ଷ ଶେଷକୁ ହେବାକୁଥିବା କ୍ରିକେଟ ବିଶ୍ବକପରେ ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକତ୍ବ କରିବେ । ହେଲେ ଦିନିକିଆ ଦଳର ନେତୃତ୍ୱ ଭାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେବା ପାଇଁ ବିସିସିଆଇ ବିଚାର କରୁଛି । ଏ ସମ୍ପର୍କରେ ବିସିସିଆଇ ପକ୍ଷରୁ କୌଣସି ଔପଚାରିକ ଘୋଷଣା କରିନଥିଲେ ବି ବିସିସିଆଇ ମଧ୍ୟରେ ଏ ନେଇ ଜୋରରେ ବିଚାରବିମର୍ଷ ଚାଲିଥିବା ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ କରିଛି । ଜଣେ ବିସିସିଆଇ ଅଧିକାରୀଙ୍କ ବୟାନକୁ ଆଦ୍ଧାର କରି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି । ବିଶ୍ବକପ ପର୍ୟ୍ୟନ୍ତ ରୋହିତ ଦିନିକିଆ ଦଳର ଅଧିନାୟକ ରହିବେ । କିନ୍ତୁ ତାପରେ ଯଦି ସେ ଓହରିବାକୁ ଚାହାନ୍ତି ତେବେ ହାର୍ଦ୍ଦିକ ସବୁଠାରୁ ଭଲ ଉତ୍ତରାଧିକାରୀ ହେବେ । ସେ ଅଧିନାୟକ ଦାୟିତ୍ବକୁ ଭଲଭାବେ ନିର୍ବାହ କରୁଛନ୍ତି । ଦିନକୁ ଦିନ ଏଥିରେ ସେ ଭଲ ପ୍ରଦର୍ଶନ କରିଚାଲିଛନ୍ତି । ବର୍ତ୍ତମାନ ପାଇଁ ତାଙ୍କଠାରୁ ଭଲ ବିକଳ୍ପ କେହି ନାହାନ୍ତି । ତାଙ୍କୁ ସମର୍ଥନ କରାଯିବା ଉଚିତ ଓ ତାଙ୍କୁ ଲମ୍ବା ସୁଯୋଗ ଦିଆଯିବା ଉଚିତ ।

Related posts

ପଛରେ ପଡିଲେ ହରଭଜନ, ଆଗରେ ଅଶ୍ୱୀନ

Odisha Sports Bureau

ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ଶୋଏବ ମଲିକଙ୍କ ବିପିଏଲ୍ ଚୁକ୍ତିନାମା ବାତିଲ

Odisha Sports Bureau

ଚଣ୍ଡିଗଡ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଖେଳିବେ ପଞ୍ଜାବ କିଙ୍ଗ୍ସକୁ ସନ ରାଇଜର୍ସ ହାଇଦ୍ରାବାଦ

Odisha Sports Bureau