Cricket

ସିଡ଼ନୀରେ ନବବର୍ଷ ପାଳନ କଲେ ବିରୁଷ୍କା

(ଓଡିଶା ସ୍ପୋର୍ଟ): ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍ କୁଇନ୍ ଅନୁଷ୍କା ଶର୍ମା ସିଡନୀରେ ନୂଆ ବର୍ଷ ପାଳୁଛନ୍ତି । ମେଲବର୍ଣ୍ଣରେ ଭାରତୀୟ ଦଳ ତୃତୀୟ ଟେଷ୍ଟ ଜିତିବା ପରେ ସିଡନୀରେ ଚତୁର୍ଥ ତଥା ଶେଷ ଟେଷ୍ଟ ଖେଳିବାକୁ ପହଞ୍ଚି ସାରିଛି । ସେଠାରେ ବିରାଟଙ୍କ ପତ୍ନୀ ଅନୁଷ୍କା ମଧ୍ୟ ପହଞ୍ଚିଛନ୍ତି । ଏହି ସେଲିବ୍ରିଟି ଦମ୍ପତି ଆଜି ସିଡନୀରେ ବିଭିନ୍ନ ସ୍ଥାନ ବୁଲାବୁଲି କରିବା ସହିତ ଫଟୋ ଉଠାଇ ଇନଷ୍ଟାଗ୍ରାମ୍ରେ ଛାଡ଼ିଛନ୍ତି । ସେଥିରେ ନିଜ ପରିବାର ଓ ବନ୍ଧୁବର୍ଗଙ୍କୁ ନୂଆ ବର୍ଷର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ବିବାହ ପରେ ଏହା ହେଉଛି ବିରୁଷ୍କାଙ୍କ ପ୍ରଥମ ନୂଆ ବର୍ଷ । ସବୁଠାରୁ ବଡ଼ କଥା ହେଉଛି ଏହି ଦୁଇ ସେଲିବ୍ରିଟି ଦମ୍ପତି ନିଜର ପେସା ସହ ପାରିବାରିକ ଜୀବନକୁ ମଧ୍ୟ ସମାନ ଗୁରୁତ୍ୱ ଦେଇ ଚାଲିଛନ୍ତି ।

Related posts

୬ ଓ୍ଵିକେଟ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇଛି ସନରାଇଜର୍ସ ହାଇଦ୍ରାବାଦ

୨୦୨୭ ODI ବିଶ୍ୱକପରେ ଦେଖାଯିବେ ନାହିଁ ବିଶ୍ୱ କ୍ରିକେଟର ଏହି ବଡ ତାରକା? ଏହି ତାଲିକାରେ ଭାରତୀୟ ଅଧିନାୟକ ମଧ୍ୟ ସାମିଲ

Odisha Sports Bureau

କ୍ରିକେଟ ପଡିଆରେ ଓମିକ୍ରନ ଆତଙ୍କ

Odisha Sports Bureau