Cricket

ବିଖ୍ୟାତ ତାମିଲ କ୍ରିକେଟ କମେଣ୍ଟେଟର ଅବଦୁଲ ଜବାରଙ୍କ ପରଲୋକ

(ଚେନ୍ନାଇ): ୮୦ ଓ ନବେ ଦଶକରେ ଭାରତ ଓ ଶ୍ରୀଲଙ୍କାରେ ଲୋକପ୍ରିୟତା ହାସଲ କରିଥିବା ତାମିଲ କ୍ରିକେଟ କମେଣ୍ଟେଟରଙ୍କ ହୃଦଘାତରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ତାମିଲନାଡୁର ବାମହାତି ବ୍ୟାଟ୍ସମ୍ୟାନ ଭାବେ ସେ ୮୭ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିଲେ । ପରେ ତାମିଲନାଡୁର କ୍ରିକେଟ ଦଳର କୋଚ ଭାବେ କାର୍ଯ୍ୟ କରିଥିଲେ । ନିଜର ଶୁଦ୍ଧ ଏବଂ ସ୍ପଷ୍ଟ ଉଚ୍ଚାରଣ ପାଇଁ ସେ ତାମିଲନାଡୁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇପାରିଥିଲେ । ୧୯୩୯ ମସିହା ଜୁନ ୨୬ ତାରିଖରେ ତାମିଲନାଡୁର ସାଥାନକୁଲମରେ ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ । ୧୯୯୦ ଦଶକର ଶେଷ ଭାଗରେ ସେ ବିବିସି ତାମିଲ ଏବଂ ଇଏସପିଏନରେ କମେଣ୍ଟେଟର ଭାବେ କାର୍ଯ୍ୟ କରିଥିଲେ । ତାଙ୍କର ସ୍ପଷ୍ଟ ତାମିଲ ଉଚ୍ଚାରଣ ପାଇଁ ଏଲଟିଟିଇ ମୁଖ୍ୟ ଭି. ପ୍ରଭାକରନ ତାଙ୍କୁ ସମ୍ମାନିତ କରିଥିଲେ ।

Related posts

ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ବିସିସିଆଇର ଭାରତୀୟ ଦଳ ଘୋଷଣା

ଭାରତୀୟ କ୍ରିକେଟ ଟିମର ଷ୍ଟାର୍ ବୋଲର୍ ବୁମରା ବାପା ହୋଇଛନ୍ତି

Odisha Sports Bureau

ବିଶ୍ବନାଥଙ୍କୁ ଏକାଠି ଦର୍ଶନ କଲେ ରିଙ୍କୁ ସିଂ ଓ ପ୍ରିୟା

Odisha Sports Bureau