Football

ଲିଓନେଲ୍ ମେସିଙ୍କ ନୂଆ ରେକର୍ଡ

(ଓଡିଶା ସ୍ପୋର୍ଟସ୍): ବାର୍ସିଲୋନା ଫୁଟବଲ୍ କ୍ଲବର ଦିଗଜ୍ଜ ଫୁଟବଲର୍ ଲିଓନେଲ୍ ମେସୀ ଇତିହାସ ସୃଷ୍ଟି କରିଛନ୍ତି । ସେ ବର୍ସିଲୋନା ତରଫରୁ ୬୪୪ତମ ଗୋଲ୍ କରି ଦିଗଜ୍ଜ ଫୁଟବଲର୍ ପେଲେଙ୍କ ବଶ୍ୱ ରେକର୍ଡ ଭାଙ୍ଗଛନ୍ତି । ୩୩ ବର୍ଷିୟ ମେସି ଏବେ ଏକ କ୍ଲବ୍ ତରଫରୁ ଖେଳି ସର୍ବାଧିକ ଗୋଲ କରିଥିବା ଖେଳାଳି ହୋଇଛନ୍ତି । ଆର୍ଜେଣ୍ଟିନାର ସୁପରଷ୍ଟାର ମେସି ଲା ଲିଗରେ ରିୟଲ ୱଲାଡୋଲିଡଙ୍କ ବିପକ୍ଷରେ ଗୋଲ କରି ଏହି ଉପଲବ୍ଧି ହାସଲ କରଇଛନ୍ତି ।

କୌଣସି ଗୋଟିଏ କ୍ଲବ୍ ତରଫରୁ ଖେଳି ସର୍ବାଧିକ ଗୋଲ କରିବାର ବିଶ୍ୱ ରେକର୍ଡ ନିଜ ନାମରେ କରିବା ପରେ ମେସି ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ନିଜ ଖୁସୀ ବ୍ୟକ୍ତ କରାଇଛନ୍ତି । ସେ ଲେଖିଛନ୍ତି, “ଯେତେବେଳେ ମୁଁ ଖେଳିବା ଆରମ୍ଭ କରିଥିଲି, ସେତେବେଳେ କେବେ ଭାବି ନଥିଲି କି, ମୁଁ କେବେ କୌଣସି ରେକର୍ଡ ଭାଙ୍ଗି ପାରିବି । ଏପରିକି ପେଲେଙ୍କ ଏହି ରେକର୍ଡକୁ ଯାହା ଆଜି ମୁଁ ହାସଲ କରିଛି । ମୁଁ ମୋର ସାଙ୍ଗସାଥି, ସାଥି ଖେଳାଳି ଏବଂ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ଅନେକ ବର୍ଷ ଧରି ଓ ପ୍ରତି ଦିନ ମୋ ସାଥିରେ ଅଛନ୍ତି ।’

ଉଧର ମେସିଙ୍କ ଦୁଇଟି ଗୋଲ ସାହାଯ୍ୟରେ ବର୍ଷିଲୋନା ଶନିବାର ଦିନ ୱାଲାଡୋଲିଡକୁ ୩-୦ରେ ପରାସ୍ତ କରିଛି । ଉଧର ଏଟଲୋଟିକୋ ସୋଶିଦାଦକୁ ପରାସ୍ତ କରି ଦ୍ୱିତୀୟ ସ୍ଥାନରେ ଥିବା ରିୟଲ ମେଡ୍ରିଡ୍ ଉପରେ ତିନୋଟି ଅଙ୍କ ଆଗୁଆ କରିନେଇଛନ୍ତି । ଯେତେବେଳେ କି ବର୍ସିଲୋନା ୮ଟି ଅଙ୍କ ସହିତ ପଞ୍ଚମ ସ୍ଥାନରେ ରହିଛି ।

Related posts

ମଙ୍ଗଳବାର ଫୁଟବଲ୍ ଇଭେଣ୍ଟରୁ ଏସୀୟ କ୍ରୀଡ଼ା ଆରମ୍ଭ

Odisha Sports Bureau

ହାର ଜିତ ଭିତରେ ବିଦାୟ ନେଲେ ଫୁଟବଲ ଦୁନିଆର କିମ୍ବଦନ୍ତୀ ଖେଳାଳି ଲିଓନେଲ୍ ମେସି

Odisha Sports Bureau

ସୁପର କପ ଜିତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏଫସି ଖେଳାଳି