Cricket

ସେମିଫାଇନାଲରେ ଦଳ ପହଞ୍ଚିବା ମାତ୍ରେ ରାସ୍ତାକୁ ବାହାରି ସେଲିବ୍ରେସନ କଲେ ଆଫଗାନିସ୍ତାନ ଲୋକ, ରାସ୍ତା ହେଲା ଜାମ

ଆଫଗାନିସ୍ତାନ ଚତୁର୍ଥ ଦଳ ଭାବରେ ଟି-୨୦ ବିଶ୍ୱକପ ୨୦୨୪ ର ସେମିଫାଇନାଲରେ ପ୍ରବେଶ କରିଛି। ଟୁର୍ଣ୍ଣାମେଣ୍ଟର ଶେଷ ସୁପର-୮ ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରି ରସିଦ ଖାନଙ୍କ ବିଗ୍ରେଡ୍ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି। ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଆଇସିସି ଆଇସିସି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି। ଦଳ ସେମିଫାଇନାଲରେ ପହଞ୍ଚିବା ମାତ୍ରେ ଆଫଗାନିସ୍ତାନ ଲୋକମାନେ ଆନନ୍ଦରେ ରାସ୍ତାକୁ ବାହାରି ସେଲିବ୍ରେସନ କରିଥିଲେ।

ଆଫଗାନିସ୍ତାନ ସେମିଫାଇନାଲରେ ପହଞ୍ଚିବା ମାତ୍ରେ ଆଫଗାନିସ୍ତାନ ରାସ୍ତାରେ ଏକ ବିଶାଳ ଜନସମାଗମ ହୋଇଥିଲା, ଯାହାର ଫଟୋ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ନିଜେ ସେୟାର କରିଛି। ଫଟୋ ଗୁଡ଼ିକରେ ଏହା ଦେଖିବାକୁ ମିଳେ ଯେ ଲୋକଙ୍କ ଭିଡ଼ ଯୋଗୁଁ ରାସ୍ତା ଅବରୋଧ ହୋଇଯାଇଛି। ରାସ୍ତାରେ ଏତେ ପରିମାଣରେ ଲୋକ ଏକାଠି ହୋଇଛନ୍ତି ଯେ ଯିବା-ଆସିବାର ସମସ୍ତ ରାସ୍ତା ବନ୍ଦ ହୋଇଯାଇଛି। ଏହାପରେ ବାଧ୍ୟତାମୂଳକ ଭାବେ ଆଫଗାନିସ୍ତାନ ସରକାର ଏହି ଜନତାଙ୍କୁ ହଟାଇବା ପାଇଁ ୱାଟର ବ୍ରିଗେଡ ବ୍ୟବହାର କରିଥିଲେ।

Related posts

ବିଶ୍ୱକପ୍ ବିଜେତା ନେଇ କ’ଣ କହୁଛି ଗଣିତ ? ୨୦୨୩ରେ ରିପିଟ୍ ହେବ କି ୨୦୧୫ ଓ ୨୦୧୯ର ବିଶ୍ୱକପର ଇତିହାସ

Odisha Sports Bureau

ମେ ୬ରୁ ମହିଳା ଟି-୨୦ ଚ୍ୟାଲେଞ୍ଜ

Odisha Sports Bureau

ଜବରଜସ୍ତ ଫର୍ମରେ ହିଟ ମ୍ୟାନ, ବିଗାଡୁଛି ବୋଲରଙ୍କ ଲୟ

Odisha Sports Bureau