Cricket

ଫାଇନାଲରେ ଭାରତ, ନିଉଜଲ୍ୟାଣ୍ଡ ସହ ହେବ ମହା ମୁକାବିଲା

ମୁମ୍ବାଇ: ସଂଘର୍ଷପୂର୍ଣ୍ଣ ଏବଂ ହୃଦସ୍ପନ୍ଦନ ବଢ଼ାଇ ଦେଉଥିବା ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚରେ ଭାରତ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଟି-୨୦ ବିଶ୍ୱକପ୍ ୨୦୨୬ର ଫାଇନାଲକୁ ପ୍ରବେଶ କରିଛି। ଭାରତ ଦ୍ୱାରା ଧାର୍ଯ୍ୟ ୨୫୪ ରନର ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ନାମିଥିବା ଇଂଲଣ୍ଡ ଦଳ ଦୃଢ଼ ଲଢ଼େଇ କରିଥିଲା, କିନ୍ତୁ ୨୦ ଓଭର ଶେଷରେ ୭ ଉଇକେଟ୍ ହରାଇ ୨୪୬ ରନରେ ସୀମିତ ରହିଗଲା।

ଇଂଲଣ୍ଡ ପକ୍ଷରୁ ଟମ ବାଣ୍ଟନ ୫ ବଲରେ ୧୭ ରନ କରି ଶୀଘ୍ର ଆଉଟ୍ ହୋଇଥିଲେ। କିନ୍ତୁ ଜାକବ ବେଥେଲ ଦମଦାର ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳକୁ ମ୍ୟାଚରେ ଫେରାଇଥିଲେ। ସେ ୱିଲ୍ ଜ୍ୟାକ୍ସଙ୍କ ସହ ପଞ୍ଚମ ଉଇକେଟ୍ ପାଇଁ ୭୭ ରନର ଗୁରୁତ୍ୱପୂର୍ଣ୍ଣ ସାଥି ଗଢ଼ିଥିଲେ। ମ୍ୟାଚ୍ ଆଗକୁ ବଢ଼ିବା ସହିତ ଦୁଇ ଦଳ ମଧ୍ୟରେ ଭୟଙ୍କର ପ୍ରତିସ୍ପର୍ଧା ଦେଖିବାକୁ ମିଳିଥିଲା ଏବଂ ପ୍ରତ୍ୟେକ ବଲରେ ରୋମାଞ୍ଚ ଦେଖାଯାଉଥିଲା।

ପରେ ସାମ କରନଙ୍କ ସହ ମିଶି ବେଥେଲ ଇଂଲଣ୍ଡର ବିଜୟ ଆଶାକୁ ଜୀବନ୍ତ ରଖିଥିଲେ। ବେଥେଲ ୪୮ ବଲରେ ୮ଟି ଚୌକା ଓ ୭ଟି ଛକା ସହ ୧୦୫ ରନର ବିସ୍ଫୋରକ ଶତକୀୟ ଇନିଂସ ଖେଳିଥିଲେ। ଶେଷ ମୁହୂର୍ତ୍ତରେ ଜୋଫ୍ରା ଆର୍ଚର ମାତ୍ର ୪ ବଲରେ ୧୯ ରନ କରି ମ୍ୟାଚକୁ ଆଉ ଅଧିକ ରୋମାଞ୍ଚକର କରିଦେଇଥିଲେ।

ତଥାପି ଶେଷ ଓଭରଗୁଡ଼ିକରେ ଭାରତୀୟ ବୋଲରମାନେ ଶାଣିତ ପ୍ରଦର୍ଶନ କରିଥିଲେ। ବିଶେଷ କରି ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ଶେଷ ଓଭରରେ ଦବଦବା ଦେଖାଇ ଇଂଲଣ୍ଡକୁ ନିୟନ୍ତ୍ରଣରେ ରଖିଥିଲେ। ଫଳରେ ଭାରତ ୭ ରନରେ ଏହି ରୋମାଞ୍ଚକର ମ୍ୟାଚ୍ ଜିତି ଟି-୨୦ ବିଶ୍ୱକପ୍ ୨୦୨୬ର ଫାଇନାଲରେ ଦଳ।

Related posts

ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଇଂଲଣ୍ଡ ଯିବ ଟିମ ଇଣ୍ଡିଆ

RRର ଲଗାତାର ଚତୁର୍ଥ ବିଜୟ

Odisha Sports Bureau

ପାକିସ୍ତାନ ବୋଲରଙ୍କ ବଡ ବିବୃତ୍ତି; ଭାରତ ବିପକ୍ଷ ମ୍ୟାଚ ଉପରେ ନୁହେଁ ବିଶ୍ୱକପ ଉପରେ ନଜର

Odisha Sports Bureau