ନୂଆଦିଲ୍ଲୀ: ଜୁଲାଇରେ ହେବାକୁ ଥିବା ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ୧୯ ଜଣିଆ ହକି ଦଳ ଘୋଷଣା କରାଯାଇଛି । ଚଳିତଥର ଅଲମ୍ପିକ ପାଇଁ ୫ ନୂଆ ଖେଳାଳି ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥିରେ ଏକମାତ୍ର ଓଡିଆ ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ସୁଯୋଗ ମିଳିଛି । ପ୍ୟାରିସ ଅଲମ୍ପିକ୍ସ ୨୬ ଜୁଲାଇରୁ ଆରମ୍ଭ ହୋଇ ୧୧ ଅଗଷ୍ଟରେ ଶେଷ ହେବ । ତେବେ ଏହି ମ୍ୟାଚ ରେ ହରମନପ୍ରୀତ ସିଂ , ହାର୍ଦ୍ଦିକ ସିଂ, ପିଆର ଶ୍ରୀଜେଶ , ମନପ୍ରୀତ ସିଂ, ଜରମନପ୍ରୀତ ସିଂ , ଅମିତ ରୋହିଦାସ , ସୁମିତ ଏବଂ ସଞ୍ଜୟ, ରାଜକୁର ପାଲ, ରାମଶେର ସିଂ , ବିବେକ ସାଗର ପ୍ରସାଦ, ଅଭିଷେକ , ସୁଖଜିତ ସିଂ, ଲଲିତ କୁମାର ଉପାଧ୍ୟାୟ , ମନଦୀପ ସିଂ , ଗୁରଜନ୍ତ ସିଂ ସ୍ଥାନ ପାଇଛନ୍ତି ।
ସୂଚନା ଅନୁଯାୟୀ, ପୁଣି ଥରେ ଅଧିନାୟକ ଦାୟିତ୍ୱ ହରମନପ୍ରୀତ ସିଂଙ୍କୁ ଦିଆଯାଇଛି । ସେହିପରି ହାର୍ଦ୍ଦିକ ସିଂହଙ୍କୁ ଉପଅଧିନାୟକ କରାଯାଇଛି । ପ୍ୟାରିସ ଅଲିମ୍ପିକ୍ସରେ ୫ ଜଣ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିଛି । ତେବେ ଗରମନପ୍ରୀତ ସିଂହ, ସଞ୍ଜୟ , ରାଜ କୁମାର ପାଲ , ଅଭିଷେକ ଏବଂ ସୁଖଜିତ ସିଂହ ଡେବ୍ୟୁ କରିବାକୁ ଯାଉଛନ୍ତି । ଜୁଲାଇ ୨୭ରେ ନ୍ୟୁଜିଲାଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ ଭାରତ ।
previous post