Hockey

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ ଘୋଷଣା

ନୂଆଦିଲ୍ଲୀ: ଜୁଲାଇରେ ହେବାକୁ ଥିବା ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ୧୯ ଜଣିଆ ହକି ଦଳ ଘୋଷଣା କରାଯାଇଛି । ଚଳିତଥର ଅଲମ୍ପିକ ପାଇଁ ୫ ନୂଆ ଖେଳାଳି ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥିରେ ଏକମାତ୍ର ଓଡିଆ ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ସୁଯୋଗ ମିଳିଛି । ପ୍ୟାରିସ ଅଲମ୍ପିକ୍ସ ୨୬ ଜୁଲାଇରୁ ଆରମ୍ଭ ହୋଇ ୧୧ ଅଗଷ୍ଟରେ ଶେଷ ହେବ । ତେବେ ଏହି ମ୍ୟାଚ ରେ ହରମନପ୍ରୀତ ସିଂ , ହାର୍ଦ୍ଦିକ ସିଂ, ପିଆର ଶ୍ରୀଜେଶ , ମନପ୍ରୀତ ସିଂ, ଜରମନପ୍ରୀତ ସିଂ , ଅମିତ ରୋହିଦାସ , ସୁମିତ ଏବଂ ସଞ୍ଜୟ, ରାଜକୁର ପାଲ, ରାମଶେର ସିଂ , ବିବେକ ସାଗର ପ୍ରସାଦ, ଅଭିଷେକ , ସୁଖଜିତ ସିଂ, ଲଲିତ କୁମାର ଉପାଧ୍ୟାୟ , ମନଦୀପ ସିଂ , ଗୁରଜନ୍ତ ସିଂ ସ୍ଥାନ ପାଇଛନ୍ତି ।
ସୂଚନା ଅନୁଯାୟୀ, ପୁଣି ଥରେ ଅଧିନାୟକ ଦାୟିତ୍ୱ ହରମନପ୍ରୀତ ସିଂଙ୍କୁ ଦିଆଯାଇଛି । ସେହିପରି ହାର୍ଦ୍ଦିକ ସିଂହଙ୍କୁ ଉପଅଧିନାୟକ କରାଯାଇଛି । ପ୍ୟାରିସ ଅଲିମ୍ପିକ୍ସରେ ୫ ଜଣ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିଛି । ତେବେ ଗରମନପ୍ରୀତ ସିଂହ, ସଞ୍ଜୟ , ରାଜ କୁମାର ପାଲ , ଅଭିଷେକ ଏବଂ ସୁଖଜିତ ସିଂହ ଡେବ୍ୟୁ କରିବାକୁ ଯାଉଛନ୍ତି । ଜୁଲାଇ ୨୭ରେ ନ୍ୟୁଜିଲାଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ ଭାରତ ।

Related posts

୧୫୦ ତମ ମ୍ୟାଚ ଖେଳି ରେକର୍ଡ଼ କଲେ ଓଡ଼ିଆ ଝିଅ ଲିଲିମା

Odisha Sports Bureau

ହକି ବିଶ୍ୱକପରେ ଚମକ ବଢାଇବେ ଧକ୍ ଧକ୍ ଗାର୍ଲ

Odisha Sports Bureau

ପ୍ରଥମ ଓଡିଆ ଭାବେ ହକି ଆନ୍ଥେମ୍ ପ୍ରସ୍ତୁତ କଲେ ପ୍ରେମା ନନ୍ଦ

Odisha Sports Bureau