Hockey

ହକି ବିଶ୍ୱକପରେ ଚମକ ବଢାଇବେ ଧକ୍ ଧକ୍ ଗାର୍ଲ

(ଓଡିଶା ସ୍ପୋର୍ଟ):
• . ୪ ଦିନ ରହିଲା ହକି ବିଶ୍ୱକପ
• ୧୮ ଦିନ ଧରି ଚାଲିବ ହକି ପ୍ରତିଯୋଗିତା
• ଯୋଗ ଦେବେ ଧକ୍ ଧକ୍ ଗାର୍ଲ
ପୁରୁଷ ହକି ବିଶ୍ୱକପ୍‌କୁ ଆଉ ରହିଲା ୪ ଦିନ। ଏଥିପାଇଁ ପ୍ରସ୍ତୁତିପର୍ବକୁ ଜୋରଦାର କରାଯାଇଛି। ନଭେମ୍ବର ୨୭ରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଉଦ୍‌ଘାଟନୀ ଉତ୍ସବ। ଏଥିପାଇଁ ଭୁବନେଶ୍ୱର ନୂଆ ରୂପରେ ସଜେଇ ହେଉଥିବାବେଳେ ପ୍ରତିଯୋଗିତାର ସଫଳ ଆୟୋଜନ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି।
ବିଭିନ୍ନ ହକି ଦଳ ରାଜଧାନୀରେ ଆସି ପହଞ୍ଚିବାରେ ଲାଗିଲେଣି। ହକି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଆକର୍ଷଣ ହେଉଛି ମାଧୁରୀ ଦୀକ୍ଷିତଙ୍କ ନୃତ୍ୟ। ଷ୍ଟେଜ୍‌ରେ ମାଧୁରୀ ଦେଖାଇବେ ମିଳିତ ବିଶ୍ୱର ଶକ୍ତି।
ମାଧୁରୀ ‘ଦି ଆର୍ଥ’ ଗୀତରେ ଡାନ୍ସ କରିବେ। ‘ଦି ଆର୍ଥ’ ଗୀତର ବିଷୟବସ୍ତୁ ରହିଛି ଏକତ୍ୱ ମାନବିକତା। ଏକ ହଜାର କଳାକାରଙ୍କ ସହ ନୃତ୍ୟ ପରିବେଷଣ କରିବେ ମାଧୁରୀ। ୪୦ ମିନିଟ ଧରି ଷ୍ଟେଜ୍‌ରେ ଅନବରତ ନାଚିବେ।
ଦି ଆର୍ଥ ଗୀତର ନିର୍ଦ୍ଦେଶନା ଦେଇଛନ୍ତି ନୂପୂର ମହାଜନ ଏବଂ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ସିଆମକ ଦାବର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରଞ୍ଜିତ ବାରୋଟା। ଦି ଆର୍ଥ ଗୀତରେ ମୋହିନୀ ଆଟ୍ଟମ, କ୍ଲାସିକାଲ, କଥକ, ବାଲେଟ, ଜାଜ ପରିବେଷଣ ହେବ। ମାଧୁରୀ ମଦର ଆର୍ଥ ଭୂମିକାରେ ଅଭିନୟ କରିବେ।

Related posts

ମାଟି କାମୁଡିଲା ପାକିସ୍ତାନ; ୩-୧ରେ ଭାରତ ବିଜୟୀ

Odisha Sports Bureau

ପୁରୀ ଭ୍ରମଣ ପରେ ଶ୍ରୀମନ୍ଦିର ସାମ୍ନାରେ ଶୋଭା ପାଉଛି ହକି ବିଶ୍ୱକପ ଟ୍ରଫି

Odisha Sports Bureau

ବିଶ୍ୱକପ ହକି : ଭୁବନେଶ୍ୱରରେ ଟିମ ମାଲେସିଆ

Odisha Sports Bureau