Cricket

ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ : ଆଜିଠୁ ଅନଲାଇନ ଟିକେଟ୍ ବିକ୍ରି

କଟକ : ଆସନ୍ତା ଫେବ୍ରୁଆରୀ ୯ ତାରିଖରେ ବାରବାଟୀରେ ଅନୁଷ୍ଠିତ ହେବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ । ଏହି ମ୍ୟାଚ ପାଇଁ ଆଜିଠୁ ମିଳିବ ଟିକେଟ୍ । ଅପରାହ୍ଣରୁ ଅନ୍ଲାଇନ୍ ମାଧ୍ୟମରେ ଟିକେଟ୍ ବୁକ୍ କରିପାରିବେ ଦର୍ଶକ । ଏନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ମୋଟ୍ ୪ହଜାର ଟିକଟ୍ ଅନଲାଇନ୍ରେ ବିକ୍ରି କରିବାକୁ ଓସିଏ ସ୍ଥିର ରହିଛି ।ଗୁରୁତ୍ୱପୂର୍ଣ୍ଣ କଥା ହେଲା , ଅନଲାଇନ ଟିକେଟ ବିକ୍ରିରେ ଦର୍ଶକଙ୍କ ପସନ୍ଦ ଯୋଗ୍ୟ ୧ଓ ୩ ଗ୍ୟାଲେରୀ ସହିତ କର୍ପୋରେଟ ବକ୍ସ ଟିକେଟ ଉପଲବ୍ଧ ହେବ ନାହିଁ । କିନ୍ତୁ ଏଥର ଏହି ଦୁଇ ଗ୍ୟାଲେରୀ ଟିକେଟ ନଥିବାରୁ କ୍ରିକେଟ ପ୍ରେମୀ ଅସନ୍ତୋଷ ପ୍ରକଟ କରିଛନ୍ତି । ସେହିପରି ୨ ନମ୍ବର ଗ୍ୟାଲେରି ପାଇଁ ୧୦୭୦ଟି, ୪ ନମ୍ବର ଗ୍ୟାଲେରୀ ପାଇଁ ୧୦୮୦ଟି, ୭ ନମ୍ବର ଗ୍ୟାଲେରି ପାଇଁ ୧୫୦୦ଟି, ସ୍ପେଶିଆଲ ଏନକ୍ଲୋଜର ପାଇଁ ୨୦୦ଟି, ଏସି ବକ୍ସ ପାଇଁ ୫୦ଟି ଏବଂ ନ୍ୟୁ ପ୍ୟାଭିଲିୟନର ୧୦୦ଟି ଟିକଟ ରହିଛି ।

Related posts

ଏକାନ୍ନା ଷ୍ଟାଡିୟମରେ ମୁହାଁ ମୁହିଁ ହେବେ ବେଙ୍ଗାଲୁରୁ କୁ ଲକ୍ଷ୍ନୌ

Odisha Sports Bureau

ଟସ୍ ରେ ଟିମ୍ ଇଣ୍ଡିଆ ସହିତ ବେଇମାନୀ, ପାକିସ୍ତାନ ଅଧିନାୟକ ଦେଲେ ଧୋକା

Odisha Sports Bureau

ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଧୋନଙ୍କ ବାମ ଆଣ୍ଠୁର ସଫଳ ଅସ୍ତ୍ରୋପଚାର ହୋଇଛି