Uncategorized

୧୯ ବର୍ଷରୁ କମ ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତ

ନୂଆଦିଲ୍ଲୀ : ୧୯ ବର୍ଷରୁ କମ ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତ । ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଟିମ ଇଣ୍ଡିଆ । ଟାଇଟଲ ବଜାୟ ରଖିଲା ଭାରତୀୟ ଦଳ । କ୍ରମାଗତ ଦ୍ୱିତୀୟ ଥର ପାଇଁ   ଭାରତ ମହିଳା  ଅଣ୍ଡର ୧୯ ଟି ୨୦ ବିଶ୍ୱକପ ଜିତିଛି ।  ଫାଇନାଲ ମ୍ୟାଚରେ ଭାରତୀୟ ଦଳ  ଆଫ୍ରିକାକୁ   ୯ ୱିକେଟରେ ପରାସ୍ତ କରିଛି ।  ରବିବାର ଦିନ କୁଆଲାଲମ୍ପୁରରେ ଦକ୍ଷିଣ ଆଫ୍ରିକା ଟସ ଜିତି ବ୍ୟାଟିଂ କରିଥିଲେ ।  ୨୦ ଓଭରରେ ୮୨ ରନ  କରିଥିଲେ ।  ସାଉଥ ଆଫ୍ରିକାକୁ ୯ ୱିକେଟରେ ହରାଇ ଲଗାତାର ଦ୍ବିତୀୟ ଥର ଟି-୨୦ ବିଶ୍ବକପ ଚାମ୍ପିଅନ ହୋଇଛି  ଭାରତ । ନିକି ପ୍ରସାଦଙ୍କ ନେତୃତ୍ବାଧୀନ ଜୁନିୟର ଭାରତୀୟ ମହିଳା ଦଳ ଅଣ୍ଡର-୧୯ ମହିଳା ଟି୨୦ ବିଶ୍ବକପ ଜିତିଛି ଭାରତ । ସର୍ବାଧିକ ୱିକେଟ୍ ଟେକର ହୋଇଛନ୍ତି ବୈଷ୍ଣବୀ ଶର୍ମା । ସେ ଟୁର୍ଣ୍ଣାମେଣ୍ଟରେ ୭ଟି ମ୍ୟାଚ ଖେଳି ୧୭ଟି ୱିକେଟ ଅକ୍ତିଆର କରିଛନ୍ତି । ଗୋଙ୍ଗଡି ତ୍ରିସା ପ୍ଲୋୟର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ପ୍ରଥମେ ଟସ୍ ଜିତିବା ଏବଂ ବ୍ୟାଟିଂ କରିବା ପରେ ସାଉଥ ଆଫ୍ରିକା  ୨୦ ଓଭରରେ ୮୨ ରନ୍‌ କରିଥିଲା । ଏହାର ଜବାବରେ ଭାରତ ୧୧.୨ ଓଭରରେ ଗୋଟିଏ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଫାଇନାଲରେ ଗୋଙ୍ଗଡି ତ୍ରିସା ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ । ତିନୋଟି ୱିକେଟ୍ ନେବା ସହିତ ସେ ଅପରାଜିତ ୪୪ ରନ୍ ମଧ୍ୟ କରିଥିଲେ ।

କୁଆଲାଲମ୍ପୁରର ବେମାସ୍ ଓଭାଲ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ସାଉଥ ଆଫ୍ରିକା ଅଧିନାୟକ ରେନେକେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ଟସ୍ ଜିତିବା ଏବଂ ବ୍ୟାଟିଂ କରିବା ପରେ ସାଉଥ ଆଫ୍ରିକା  ୨୦ ଓଭରରେ ୮୨ ରନ୍‌ କରିଥିଲା । ଏହାର ଜବାବରେ ଭାରତ ୧୧.୨ ଓଭରରେ ଗୋଟିଏ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା

 

Related posts

ଟାଟା ଓପନ୍ ମହାରାଷ୍ଟ୍ରର ୱାଇର୍ଲ୍ଡ କାର୍ଡ ଏଣ୍ଟ୍ରିରେ ରାଜକୁମାର

Odisha Sports Bureau

Research Papers For Sale

surjit baba

ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଲେ ତଞ୍ଜିଦ୍ ହସନ୍‌, ପ୍ରଥମ ବାଂଲାଦେଶୀ ଭାବେ ଟେଷ୍ଟ ଶତକ

Odisha Sports Bureau