Uncategorized

ଭାରତୀୟ ଦଳରେ କମାଲ କରିବେ ଓଡ଼ିଶାର ୫ଜଣ ଖେଳାଳି

ଭୁବନେଶ୍ୱର : ଭାରତୀୟ ଦଳରେ କମାଲ କରିବେ ଓଡ଼ିଶାର ୫ଜଣ ଖେଳାଳି | ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ ଭାରତୀୟ ଦଳରେ ଓଡ଼ିଶାର ୫ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଭି. ରମେଶ ରାଓ, ରାଖାଲ୍‌ କୁମାର ସେଠୀ, ପବିତ୍ର ସାହୁ, ମାଳତୀ ପାନାଉରେ ଓ ଶିଲା ମନ୍ତ୍ରୀ। ଏମାନେ ସମସ୍ତେ ବ୍ୟକ୍ତିଗତ ଓ ଦଳଗତ ଇଭେଣ୍ଟରେ ଭାଗ ନେବେ।

ଓଡ଼ିଶାର ଏହି ଖେଳାଳିମାନେ ନିକଟକରେ ଅନୁଷ୍ଠିତ ୧୬ତମ ଜାତୀୟ ଚାମ୍ପିୟନଶିପ୍‌ରେ ଉନ୍ନତ ପ୍ରଦର୍ଶନ କରି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ପାରା ସ୍ପୋଟର୍‌ସ ଆସୋସିଏଶନ୍‌ ଓଡ଼ିଶାର ସଭାପତି କମଳାକାନ୍ତ ରଥ ଓ ହୁଇଲ ଚେୟାର ଫେନ୍‌ସିଂ ଓଡିଶାର ଚେୟାରପର୍ସନ ବେଲା ଜୟସ୍ବାଲଅଭିନ୍ଦନ ଜଣାଇବା ସହ ସେମାନଙ୍କ ଶୁଭକାମନା କରିଛନ୍ତି।

Related posts

ପୂର୍ବତନ ଅଲିମ୍ପିଆନ୍ ଫୁଟବଲର୍ ନିଖିଲ ନନ୍ଦୀଙ୍କ ବିୟୋଗ

Odisha Sports Bureau

୨୦୨୮ରୁ ଆରମ୍ଭ ହେବ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ଇଭେଣ୍ଟ

ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ଏଫ୍‌ସି ଜର୍ସି ଉପହାର

Odisha Sports Bureau