Cricket

ଯଶ୍ୱସୀଙ୍କ ବ୍ୟାଟିଂ କୋଚ ହେଲେ ବିରାଟ

ଭାରତୀୟ ଟିମ ୧୨ ଜୁଲାଇରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ମ୍ୟାଚ ଆରମ୍ଭ କରିବାକୁ ଯାଉଛି । ଟିମ ଇଣ୍ଡିଆ ୧୦ ଦିନ ଆଗରୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ ଇଣ୍ଡିଆ ୨ଦିନ ବିଶ୍ରାମ କରିବା ପରେ ଅଭ୍ୟାସ ଆରମ୍ଭ କରିଛନ୍ତି । ତେବେ ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆରେ କିଛି ନୂଆ ଖେଳାଳିଙ୍କ ଏଣ୍ଟ୍ରି ମିଳିଛି । ଟିମରେ ଯୁବ ବ୍ୟାଟ୍ସମ୍ୟାନ ଯଶ୍ୱସୀଙ୍କୁ ସ୍ଥାନ ମିଳିଛି ।
ଟିମ ଇଣ୍ଡିଆର ଟେଷ୍ଟ ଫର୍ମାଟରେ ଡେବ୍ୟୁ କରିବାକୁ ନେଇ ଖୁସି ଅଛନ୍ତି ଯଶ୍ୱସୀ ।ନିଜକୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ମଧ୍ୟ କରୁଛନ୍ତି । ଅଭ୍ୟାସ ମ୍ୟାଚରେ ଯଶ୍ୱସୀ ବିରାଟ କୋହଲିଙ୍କ ସହିତ ବ୍ୟାଟିଂ ବିଷୟରେ ଚର୍ଚ୍ଚା କରୁଛନ୍ତି । ଯାହାର ଭିଡିଓ ଭାଇରଲ ହେବା ପରେ ଚର୍ଚ୍ଚା ଚାଲିଛି । ଭିଡିଓରେ ଦେଖିବାକୁ ମିଳୁଛି ଯଶ୍ୱସୀଙ୍କୁ ବିରାଟ କୋହଲି କହୁଛନ୍ତି କିପରି ବ୍ୟାଟିଙ୍ଗ କରିଲେ ଭଲହେବ । ଏହାକୁ ଯଶ୍ୱସୀ ଖୁବ ଧ୍ୟାନଦେଇ ସୁଣିଛନ୍ତି । ଏହି ଭିଡିଓ ସେସିଆଲ ମିଡିଆରେ ଭାଇରାଲ ହେବା ପାରେ ଫ୍ୟାନ ମାନେ ଖୁବ ପ୍ରସଂଶା କରିଛନ୍ତି ।

Related posts

ବିଶ୍ୱକପ୍ ବିଜେତା ନେଇ କ’ଣ କହୁଛି ଗଣିତ ? ୨୦୨୩ରେ ରିପିଟ୍ ହେବ କି ୨୦୧୫ ଓ ୨୦୧୯ର ବିଶ୍ୱକପର ଇତିହାସ

Odisha Sports Bureau

ଭାରତୀୟ ଦଳକୁ ମିଳିଗଲା କି ପାଣ୍ଡ୍ୟାଙ୍କ ବିକଳ୍ପ? ଶିବମ୍ ଦୁବେ ସୁଯୋଗ ପାଇପାରନ୍ତି

Odisha Sports Bureau

ପୁରୀରେ ଆୟୋଜିତ ନୂଆ ଓ’ ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା

Odisha Sports Bureau