chess

ଜାତୀୟ ମହିଳା ଚେସ୍‌ରେ ୪ ଓଡ଼ିଆ ଖେଳାଳି

ଗୁଜରାଟ : ଗୁଜରାଟରେ ଚାଲିଥିବା ଜାତୀୟ ମହିଳା ଚେସ୍‌ ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ଚମକ ଜାରି ରଖିଛନ୍ତି। ଷଷ୍ଠ ରାଉଣ୍ଡ ସୁଦ୍ଧା ୪ ଜଣ ଓଡ଼ିଆ ପଦ୍ମିନୀ ରାଉତ, ସାଇନା ସାଲୋନିକା, କିରଣ ମନୀଷା ମହାନ୍ତି ଓ ୟାସିତା ରାଉତ (ସମସ୍ତେ ୪.୫ ପଏଣ୍ଟ) ଯୁଗ୍ମ ତୃତୀୟ ସ୍ଥାନରେ ରହିଛନ୍ତି। ତେବେ ଅପରାଜିତା ଗୋଛିକାର (୨.୫ ପଏଣ୍ଟ) ୧୦୬ତମ ସ୍ଥାନରେ ରହିଛନ୍ତି। ଷଷ୍ଠ ରାଉଣ୍ଡରେ ପିଏସ୍‌ପିବିକୁ ପ୍ରତିନିଧିତ୍ବ କରୁଥିବା ପଦ୍ମିନୀ ପଶ୍ଚିମବଙ୍ଗର ମୃର୍ତ୍ତିକା ମଲ୍ଲିକଙ୍କ ସହ ଅମୀମାଂସିତ ରଖିଥିଲେ। ଓଡ଼ିଶାର ସାଇନା ତାମିଲନାଡ଼ୁର କନିଷ୍କା ଏସ୍‌ଙ୍କୁ ହରାଇ ପୂରା ପଏଣ୍ଟ ଅର୍ଜନ କରିଥିଲେ। ତେବେ ଏଲ୍‌ଆଇସିରୁ ପ୍ରତିନିଧିତ୍ବ କରୁଥିବା ଦୁଇ ଓଡ଼ିଆ କିରଣ ଓ ୟାସିତାଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୩୦ ଗୋଟି ଚାଳନା ପରେ ଅମୀମାଂସିତ ରହିଥିଲା। ଉଭୟ ଖେଳାଳି ନିଜ ନିଜ ମଧ୍ୟରେ ପଏଣ୍ଟ ବାଣ୍ଟିଥିଲେ। ଅପରାଜିତା ରାଜସ୍ଥାନର କିୟାନା ପରିହାରଙ୍କ ସହ ମ୍ୟାଚ୍‌ ଅମୀମାଂସିତ ରଖିଥିଲେ।

Related posts

ଚେସ୍ ବିଶ୍ୱକପ୍: ୧୯ ବର୍ଷୀୟା ଦିବ୍ୟା ଦେଶମୁଖ ହେଲେ ଚାମ୍ପିଅନ୍, ଟାଇଟଲ ଜିତିଥିବା ପ୍ରଥମ ଭାରତୀୟ ମହିଳା

ଭାରତୀୟ ବାଳକ, ଏୟାରଥିଙ୍ଗସ୍ ମାଷ୍ଟର୍ସରେ ଘଟାଇଲେ ବିପର୍ଯ୍ୟୟ

Odisha Sports Bureau

ଚେସ୍ ଷ୍ଟାର ଆର ପ୍ରଜ୍ଞାନାନନ୍ଦା ନରୱେ ଚେସ୍ ଟୁର୍ଣ୍ଣାମେଣ୍ଟ ଜିତି ଇତିହାସ ସୃଷ୍ଟି କରିଛନ୍ତି…