chess

ହୃଦୟ ଜିତିଲେ ବିରାଟ

ହୃଦୟ ଜିତିଲେ ବିରାଟ । କିଛି ଦିନ ଆଗରୁ ସୋସିୟାଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହୋଇଥିଲା । ଯେଉଁଠାରେ ଦେଖିବାକୁ ମିଳିଥିଲା କୋଲକାତା ନାଇଟ ରାଇଡସ ଶ୍ଟାଣ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ ମ୍ୟାଚ ସରିବା ପରେ ବିରାଟଙ୍କ ପାଦ ଛୁଇଁଥିଲେ । ଏହା ପରେ ବିରାଟ ତାଙ୍କୁ ତୁରନ୍ତ ଆଲିଙ୍ଗନ କରିଥିଲେ । ଏହି ମ୍ୟାଚରେ ଆରସିବିକୁ ୨୧ ରନରେ ହରାଇ ପ୍ରଥମ ବିଜୟ ହାସଲ କରିଥିଲା କେକେଆର ।ସେହିପରି ଗତ କାଲି ହୋଇଥିବା ମ୍ୟାଚରେ ଲକ୍ଷେ୍ନø ସୁପର ଜିଆଣ୍ଟସକୁ ୧୮ ରନରେ ହରାଇଥିଲା । ଏହି ମ୍ୟାଚ ସରିବା ପରେ ପଡିଆ ମଧ୍ୟକୁ ଜଣେ ଫ୍ୟାନ୍ସ ଦୌଡି ଆସି କୋହଲିଙ୍କ ପାଦ ଛୁଇଁଥିଲେ । ଏହି ସମୟରେ ବିରାଟ ତାଙ୍କୁ ତୁରନ୍ତ ଉଠାଇ ନେଇ ଆଲିଙ୍ଗନ କରିଥିଲେ । ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ସମସ୍ତଙ୍କ ହୃଦୟକୁ ଛୁଇଁଯାଇଛି । ଏହାକୁ ସମସ୍ତେ ପ୍ରଶଂସା କରୁଛନ୍ତି ।
ଗତକାଲି ମ୍ୟାଚ ସରିବା ପରେ ସବୁ ଖେଳାଳି ଏକାଠି ହୋଇଥିଲେ ।ଏତିକିବେଳେ କୌଣସି କଥାକୁ ନେଇ କୋହଲି ଓ ଗମ୍ଭୀରଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଝଗଡ଼ା ଏତେ ଜୋରରେ ହୋଇଥିଲା ଯେ ବାକି ଖେଳାଳି ଓ ଷ୍ଟାଫ ସେମାନଙ୍କୁ ଅଟକାଇଥିଲେ ।

 

Related posts

ଚେସ୍ ଷ୍ଟାର ଆର ପ୍ରଜ୍ଞାନାନନ୍ଦା ନରୱେ ଚେସ୍ ଟୁର୍ଣ୍ଣାମେଣ୍ଟ ଜିତି ଇତିହାସ ସୃଷ୍ଟି କରିଛନ୍ତି…

୧୭ ବର୍ଷୟ ଡି. ଗୁକେଶ ହେଲେ ଚେସର ଗ୍ରାଣ୍ଡମାଷ୍ଟର

Odisha Sports Bureau

ଗ୍ରାଣ୍ଡମାଷ୍ଟର ଚେସ ତାଲିମ ଶିବିର ଉଦଯାପିତ

Odisha Sports Bureau