Cricket

ଟିମ୍ ଇଣ୍ଡିଆ ଟେଷ୍ଟରେ ନମ୍ବର ୧

ଆଇପିଏଲ ଚାଲିଥିବା ବେଳେ ଏବେ ଟିମ ଇଣ୍ଡିଆକୁ ଏକ ଖୁସିଖବର ମିଳିଛି ।ଆଇସିସି (ICC)ତରଫରୁ ଟୁଇଟରରେ ଏକ ଫୋଟ ପେଷ୍ଟ କରିଛି । ଦିର୍ଘ ୧୪ ମାସ ପରେ ଭାରତ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହାସଲ କରିଛି। ଭାରତ ପଛକୁ ଅଷ୍ଟ୍ରେଲିଆ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଦ୍ବିତୀୟ ସ୍ଥାନରେ ରହିଛି। ଏହି ବାର୍ଷିକ ଅପଡେଟରେ ୨୦୧୯-୨୦ ସିଜନର କୌଣସି ସିରିଜ୍ ଫଳାଫଳ ସାମିଲ୍ କରାଯାଇ ନାହିଁ । କେବଳ ୨୦୨୦ ମେ’ ପରଠୁ ଖେଳାଯାଇଥିବା ସମସ୍ତ ସିରିଜ୍ ଫଳାଫଳ ବିଚାରକୁ ନିଆଯାଇଛି । ଭାରତର ରେଟିଂ ପଏଣ୍ଟ ୧୧୯ରୁ ୧୨୧କୁ ବୃଦ୍ଧି ପାଇଛି। ଅଷ୍ଟ୍ରେଲିଆର ରେଟିଂ ପଏଣ୍ଟ ବର୍ତ୍ତମାନ ୧୨୨ ରୁ ୧୧୬କୁ ଖସି ଆସିଛି। ଜୁନ୍ ୭ରେ ଓଭାଲରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଅଷ୍ଟ୍ରେଲିଆ ଜାନୁଆରୀ ୨୦୨୨ ଠାରୁ ଶୀର୍ଷରେ ରହିଥିଲା ।
ଗତ କିଛିଦିନ ଆଗରୁ ଈଉଉଓ ତରଫଟୁ ଭାରତୀୟ ଦଳ ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ପାଇଁ ଦଳ ଘୋଷଣା କରାଯାଇଥିଲା । ଯେଉଁଠାରେ ଦେଖିବାକୁ ମିଳିଥିଲା ରୋହିତ ଶର୍ମା ( ଅଧିନାୟକ), ଶୁଭମନ ଗିଲ୍, ଚେତେଶ୍ବର ପୂଜାରା , ବିରାଟ କୋହଲି, ଆଜିଙ୍କ୍ୟ ରାହେଣେ , କେଏଲ ରାହୁଲ, କେଏସ. ଭରତ, ରବିଚନ୍ଦ୍ରନ ଅଶ୍ବିନୀ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ସର୍ଦ୍ଦୁଲ ଠାକୁର, ମହମ୍ମଦ ସାମ୍ମୀ, ମହମ୍ମଦ ସିରାଜ୍, ଉମେଶ ଯାଦବ, ଜୟଦେବ ଉନାଦକଟ ।

Related posts

 ଆଫଗାନିସ୍ତାନ କ୍ରିକେଟର ନଜିବୁଲ୍ଲାଙ୍କ ମୃତ୍ୟୁ

Odisha Sports Bureau

ଭାରତ ୧୯ ବର୍ଷରୁ କମ୍ ପୁରୁଷ ବିଶ୍ୱକପରେ ବିଜୟ ସହିତ ଆରମ୍ଭ କରିଛି ଅଭିଯାନ

Odisha Sports Bureau

କ୍ରିକେଟର ବଶ୍ୱକପରେ ବଦଳିଲା କାର୍ଯ୍ୟସୂଚୀ; ଭାରତ-ପାକସ୍ତାନ ସମେତ ୯ ମ୍ୟାଚ ପରିବର୍ତ୍ତନ

Odisha Sports Bureau