Cricket

 ଆଫଗାନିସ୍ତାନ କ୍ରିକେଟର ନଜିବୁଲ୍ଲାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମଙ୍ଗଳବାର ଆଫଗାନିସ୍ତାନର ଓପନର୍ କ୍ରିକେଟ ତାରକା ନଜିବୁଲ୍ଲା ତାରକାଇଙ୍କ ୨୯ ବର୍ଷରେ ଦେହାନ୍ତ ହୋଇଛି । କିଛି ଦିନ ତଳେ ସେ କାର ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ । ନଜିବୁଲ୍ଲା ତାରକାଇ ପୂର୍ବ ନାଙ୍ଗରହାରରେ ରାସ୍ତା ପାର ହେଉଥିବା ବେଳେ ଏକ କାର ତାଙ୍କୁ ଧକ୍କା ଦେଇଥିଲା । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଓ ସେ ଆଇସିୟୁରେ ଥିଲେ । ଆଜି ତାଙ୍କ ନିଧନ ଘଟିଥିବା ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି ।

୨୦୧୪ ମାର୍ଚ୍ଚ ମାସରେ ନଜିବୁଲ୍ଲା ଆନ୍ତର୍ଜାତୀୟ ସ୍ତରରେ କ୍ରିକେଟରେ ଡେବ୍ୟୁ କରିଥିଲେ। ବର୍ତ୍ତମାନ ପର୍ୟ୍ୟନ୍ତ ସେ ଆଫଗାନିସ୍ତାନ ପାଇଁ ୧୨ ଟି -୨୯ ଏବଂ ଗୋଟିଏ ଏକ ଦିବସୀୟ ମ୍ୟାଚ ଖେଳିଛନ୍ତି । ଟି -୨୦ ରେ ସେ ୪ଟି ଅର୍ଦ୍ଧଶତକ ସହ ୨୫୮ ରନ୍ କରିଛନ୍ତି।

Related posts

ଅଷ୍ଟ୍ରେଲିଆର ବିଶ୍ୱକପ ପ୍ରସ୍ତୁତିକୁ ବଡ଼ ଝଟକା; ଆଘାତ ହେଲେ ୨ ପ୍ରମୁଖ ଖେଳାଳି

Odisha Sports Bureau

ପୁଣି ଥରେ ଟିମ୍ ଇଣ୍ଡିଆର ଅଧିନାୟକ ହୋଇପାରନ୍ତି ରୋହିତ ଶର୍ମା

Odisha Sports Bureau

ବିସିସିଆଇ ସିଲେକ୍ସନ କମିଟିରେ ଦେବାଶିଷ ମହାନ୍ତି

Odisha Sports Bureau