Cricket

ଆଇପିଏଲର କ୍ୱାଲିଫାୟାର ଓ ଏଲିମିନେଟର ମ୍ୟାଚ ପାଇଁ ଟିକେଟ ବିକ୍ରି ଆରମ୍ଭ

ନୂଆଦିଲ୍ଲୀ: ଚଳିତ ଆଇପିଏଲର ଶେଷ ଲିଗ୍ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମେ’ ୨୧ରେ ଖେଳାଯିବ । ଏହାପରେ ମେ’ ୨୩ରେ ପ୍ରଥମ କ୍ୱାଲିଫାୟାର ମ୍ୟାଚ ଏବଂ ମେ’ ୨୪ରେ ଏଲିମିନେଟର ମ୍ୟାଚ ଖେଳାଯିବ । ଦର୍ଶକମାନେ ଅନଲାଇନରେ କ୍ୱାଲିଫାୟାର ଏବଂ ଏଲିମେଟର୍ ମ୍ୟାଚ୍ ପାଇଁ ଟିକେଟ୍ କିଣିପାରିବେ ଜ୍ଝ ଏଥିପାଇଁ ଜଣକୁ ୱେବସାଇଟ୍ କିମ୍ବା ପେଟିଏମ୍ ଇନସାଇଡର ବ୍ୟବହାର କରିବାକୁ ପଡିବଜ୍ଝ ଏହି ଦୁଇଟି ମ୍ୟାଚ୍ ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବାବେଳେ ଏଥିପାଇଁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଗୁଜୁରାଟ ଟାଇଟାନ୍ସ କ୍ୱାଲିଫାୟର ମ୍ୟାଚ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏହି ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଏଲିମିନେଟର ଏବଂ କ୍ୱାଲିଫାୟର ପାଇଁ ସବୁଠାରୁ ଶସ୍ତା ଟିକେଟର ଦାମ ହେଉଛି ୨୦୦୦ ଟଙ୍କା ଜ୍ଝ ଏଥି ସହିତ ସବୁଠାରୁ ମହଙ୍ଗା ଟିକେଟର ଦାମ ହେଉଛି ୫୦୦୦ ଟଙ୍କା ।

Related posts

ରୋହିତଙ୍କ ପରେ କିଏ ହେବ ଦଳର ଅଧିନାୟକ ?

Odisha Sports Bureau

ଆଜିଠୁ ଭାରତ-ଦକ୍ଷିଣଆଫ୍ରିକା ଦିନିକିଆ ସିରିଜ, ରାଞ୍ଚିରେ ପ୍ରଥମ ମ୍ୟାଚ

Odisha Sports Bureau

ଅଚାନକ ସନ୍ନ୍ୟାସ ଗ୍ରହଣ କାଲେ ଶ୍ରୀଲଙ୍କା ଖେଳାଳି

Odisha Sports Bureau