Football

ଜୁନ୍ ୨୧ରୁ ବେଙ୍ଗାଲୁରୁରେ ଆରମ୍ଭ ହେବ ସାଫ କପ୍

ନୂଆଦିଲ୍ଲୀ: ଜୁନ୍ ୨୧ରୁ ଜୁଲାଇ ୪ ତାରିଖ ପର୍ୟ୍ୟନ୍ତ ବେଙ୍ଗାଲୁରୁରେ ଆୟୋଜନ ହେବାକୁ ଯାଉଛି ଦକ୍ଷିଣ ଏସୀୟ ଫୁଟ୍ବଲ ଫେଡେରେସନ୍ (ସାଫ) କପ୍ । ଏହି ପ୍ରତିଯୋଗିତା ପାଇଁ ବୁଧବାର ଡ୍ର’ ଉଠାଣ ହୋଇଥିଲା ବେଳେ ଚୂଡାନ୍ତ ସୂଚୀ ପ୍ରକାଶ ପାଇଛି। ସାଫ୍ କପର ଚତୁର୍ଦ୍ଦଶ ସଂସ୍କରଣକୁ ଭାରତ ଚତୁର୍ଥ ଥର ଆୟୋଜନ କରିବାକୁ ଯାଉଛି । ଏହି ପ୍ରତିଯୋଗିତାରେ ଦକ୍ଷିଣ ଏସିଆ ବାହାରୁ ଦୁଇଟି ଦଳ ଲେବାନନ ଓ କୁଏତ୍ ଅଂଶଗ୍ରହଣ କରୁଛନ୍ତି। ପ୍ରତିଯୋଗିତାରେ ଲେବାନନ (୯୯) ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଦଳ ରହିଥିଲା ବେଳେ ପାକିସ୍ତାନ (୧୯୫ତମ) ସର୍ବନିମ୍ନ ମାନ୍ୟତାପ୍ରାପ୍ତ ଦଳ ରହିଛି। ଭାରତ (୧୦୧ତମ) ଦ୍ବିତୀୟ ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଦଳ ଭାବେ ରହିଛି। ଏହି ପ୍ରତିଯୋଗିତା ଜରିଆରେ ପାଖାପାଖି ୫ ବର୍ଷ ପରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ସେମାନଙ୍କ ଫୁଟ୍ବଲ ସଂପର୍କର ନବୀକରଣ କରିବେ। ଉଭୟ ଭାରତ ଓ ପାକିସ୍ତାନ ପ୍ରଥମ ଦିବସରେ ହିଁ ମୁହାଁମୁହିଁ ହେବେ। ଏହା ପୂର୍ବରୁ ସାଫ୍ ପ୍ରତିଯୋଗିତାରେ ଶେଷଥର ପାଇଁ ୨୦୧୮ରେ ଉଭୟ ପଡ଼ୋଶୀ ଦଳ ମୁହାଁମୁହିଁ ହୋଇଥିଲେ। ୮ ଦଳୀୟ ପ୍ରତିଯୋଗିତାରେ ଉଭୟ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍ରେ ସାମିଲ ହୋଇଛନ୍ତି।

Related posts

ମରକ୍କୋ ହାରିବାକୁ ଗ୍ରହଣ କରୁନାହାନ୍ତି ଫ୍ୟାନ୍ସ, ଗଣ୍ଡୋଗୋଳ ସହ ପୋଡାଜଳା

Odisha Sports Bureau

ରେଫରୀଙ୍କ ବିବାଦୀୟ ନିଷ୍ପତ୍ତି ହେଲା କାଳ

Odisha Sports Bureau

ଭାରତୀୟ ଫୁଟବଲ ମୁଖ୍ୟ କୋଚ ଷ୍ଟିଫେନଙ୍କ ଇସ୍ତଫା

Odisha Sports Bureau